STORYMIRROR

Pravas Kumar Swain

Romance

3  

Pravas Kumar Swain

Romance

ପ୍ରେମ ଓ ତ୍ୟାଗ......

ପ୍ରେମ ଓ ତ୍ୟାଗ......

1 min
303

ପ୍ରେମ ଏକ ଶାନ୍ତିର କପୋତ

ଇଚ୍ଛାହୁଏ ସମସ୍ତଙ୍କୁ ଶାନ୍ତିର ମନ୍ତ୍ର ଦେବାପାଇଁ

ପ୍ରେମ ଏକ ଭୀଷ୍ମ ପ୍ରତିଜ୍ଞା

ଇଛାହୁଏ ମୃତ୍ୟୁ ଆଗେ ନ ଟଳିବା ପାଇଁ ll


ପ୍ରେମ ଏକ ପବିତ୍ର ଆତ୍ମା

ଶୁଦ୍ଧକରେ ଦେହ ଓ ମନ

ପ୍ରେମ ଏକ ପବିତ୍ର ମିଳନ

ଯୋଡ଼େ ଯିଏ ମନ ସହ ମନ ll


ପ୍ରେମ ଏକ ସତ୍ୟ ସପ୍ତପଦୀ

ଗଢେ ଯିଏ ସୁଖର ସଂସାର

ପ୍ରେମ ଏକ ଜୀବନ ସଙ୍ଗୀତ

ଶିକ୍ଷା ଦିଏ ମାନବିକତାର ll


ପ୍ରେମ ଏକ ଶ୍ରେଣୀହୀନ ସାମ୍ୟବାଦନୀତି

ଇଛାହୁଏ ପୋଛିବାକୁ ଶୋଷଣ ଦୁର୍ନୀତି

ପ୍ରେମ ଏକ ସମାଜର ନୂଆ ଇସ୍ତାହାର

ଇଚ୍ଛାହୁଏ ଯୋଡିବାକୁ ସବୁରି ଉନ୍ନତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance