ପ୍ରେମ ଓ ତ୍ୟାଗ......
ପ୍ରେମ ଓ ତ୍ୟାଗ......
ପ୍ରେମ ଏକ ଶାନ୍ତିର କପୋତ
ଇଚ୍ଛାହୁଏ ସମସ୍ତଙ୍କୁ ଶାନ୍ତିର ମନ୍ତ୍ର ଦେବାପାଇଁ
ପ୍ରେମ ଏକ ଭୀଷ୍ମ ପ୍ରତିଜ୍ଞା
ଇଛାହୁଏ ମୃତ୍ୟୁ ଆଗେ ନ ଟଳିବା ପାଇଁ ll
ପ୍ରେମ ଏକ ପବିତ୍ର ଆତ୍ମା
ଶୁଦ୍ଧକରେ ଦେହ ଓ ମନ
ପ୍ରେମ ଏକ ପବିତ୍ର ମିଳନ
ଯୋଡ଼େ ଯିଏ ମନ ସହ ମନ ll
ପ୍ରେମ ଏକ ସତ୍ୟ ସପ୍ତପଦୀ
ଗଢେ ଯିଏ ସୁଖର ସଂସାର
ପ୍ରେମ ଏକ ଜୀବନ ସଙ୍ଗୀତ
ଶିକ୍ଷା ଦିଏ ମାନବିକତାର ll
ପ୍ରେମ ଏକ ଶ୍ରେଣୀହୀନ ସାମ୍ୟବାଦନୀତି
ଇଛାହୁଏ ପୋଛିବାକୁ ଶୋଷଣ ଦୁର୍ନୀତି
ପ୍ରେମ ଏକ ସମାଜର ନୂଆ ଇସ୍ତାହାର
ଇଚ୍ଛାହୁଏ ଯୋଡିବାକୁ ସବୁରି ଉନ୍ନତି ll

