STORYMIRROR

Pravas Kumar Swain

Abstract Others

3  

Pravas Kumar Swain

Abstract Others

ନୂଆ ବରଷ - 2020

ନୂଆ ବରଷ - 2020

1 min
259

ନିତି ତ ସୂରୁଜ ଉଏଁ

ସାଥେ ନେଇ ନାଲି ନାଲି ହସ

ପକ୍ଷୀର କାକଳି ପୁଣି

ଫୁଲର ମହକ,

ଜୀବନରେ ଭରି ନୂଆ ଖୁସି

ନୂଆ ସୃଷ୍ଟି , ନୂଆ ଦୃଷ୍ଟି

ଜୀଇଁବାର ଅଦୃଶ୍ୟ ଝଲକ ll


ରାତି ଯାଏ ନିତି ନିତି

ପାସୋରିଦେଇ ଅତୀତର କଥା,

ଛାଡିଯାଏ ଆଶାର ସପନ

ମନେଭରି ଅଫୁରନ୍ତ ଶକ୍ତି

ଆଗକୁ ବଢିବାର ଖୋଜି ନୂଆ ରାସ୍ତା ll


ଗଲାଣି ତ ଗଲାକଥା

'କାଲି' ହେଲା ଆଜିପାଇଁ ଇତିହାସ

ଆଜିର ପାହାଚ ପରେ

ଦେଖାଯାଏ ଭବିଷ୍ୟତର ଆଭାସ ll


ନୂଆବର୍ଷ ନୂଆଦିନ

ନୂଆ ଅନୁକ୍ଷଣେ

ଭରିଯାଉ ସୁଖ ଶାନ୍ତି

ସବୁରି ପରାଣେ....... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract