STORYMIRROR

Pravas Kumar Swain

Tragedy

4  

Pravas Kumar Swain

Tragedy

ଜଣାଣ

ଜଣାଣ

1 min
213


ହେଲ କି ବଧିର ପ୍ରଭୁ !

ନଶୁଣ ଡାକ,

କୋଟିଏ ଇତର ଡାକନ୍ତି କାତରେ

ଏ ଘୋର କଷଣୁ ରଖ ll


ଗୋଟିଏ ମୃଗୁଣୀ ବିପଦରେ ପଡି

ଡାକିଲା ମଣିମା ରଖ,

କୃପାବାରି ଢାଳି ଉଦ୍ଧାରିଲ ତାକୁ

ଖଣ୍ଡିଲ ତା ସର୍ବଶୋକ ll


ଆଜି କାହିଁ ପ୍ରଭୁ ନଶୁଣୁଛ ତିଳେ

କୋଟିଏ ଜୀବଙ୍କ ଦୁଃଖ

କେଉଁ ପାପେ ତାଙ୍କୁ ଦଣ୍ଡୁଛ ଏମିତି

ଜଳାଉଛ କରି କୋପ ll


ଗଜ ଉଦ୍ଧlରିଛ, ମୃଗୁଣୀ ତାରିଛ

ଗୋପମେଳରେ ଲଭିଛ ସୁଖ,

ସାରାବିଶ୍ୱ ଆଜି ଏକ କଣ୍ଠ ହୋଇ

ଡାକେ, କୃପାସିନ୍ଧୁ ରଖ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy