STORYMIRROR

Pravas Kumar Swain

Abstract Romance

3  

Pravas Kumar Swain

Abstract Romance

ଏମିତିବି ପ୍ରେମ ହୁଏ

ଏମିତିବି ପ୍ରେମ ହୁଏ

1 min
276

ପ୍ରେମ ସତେ ଏମିତିବି ହୁଏ ?

ପ୍ରେମର ମଧୁର ସ୍ପର୍ଶ ପାଇବାକୁ ଯାଇ

ପ୍ରେମିକାର ମୋହଫାଶେ, ଜୀବନ ଦୀପଟା

ଅଜାଣତେ ଦପ୍ କରି ଲିଭିଯାଏ

ଶକ୍ତିର ସବୁଦ୍ୱାର ତା ମୋହିନୀ ରୂପ ଆଗେ

ଆପେ ଆପେ ନିସ୍ତେଜ ପାଲଟିଯାଏ

ପ୍ରେମ ସତେ ଏମିତିବି ହୁଏ....?

ପ୍ରେମର ସଂଜ୍ଞା ସତେ ଏମିତିବି ହୋଇଥାଏ ?


ସକାଳର ପହିଲି କିରଣେ

ନିରିମାଖି ପଦୁଅଁଟି ଖୋଲେ ଯେବେ ବୁଜlଆଖି

ଧାଇଁ ଆସେ ପାଗଳ ଭଅଁର

ସାଜି ଚିର ସହଚର ପ୍ରେମିକ ପ୍ରବର

ତା ସଜଳ ଅଧରୁ

ଶୋଷିବାକୁ ପ୍ରେମ ସୁଧା ଝର, ଆଉ

ସାର୍ଥକ କରିବାକୁ ତାର ପୌରୁଷର ll

ହେଲେ, ପାରେନା ସେ ଜାଣି

ସବୁ ମଧୁ ସୁଧାର ଅନ୍ତରେ -

ଥାଏ ବୋଲି ହଳାହଳ ଯେ ଜହର

ସେ ଜହରେ ଜୀବନ ତା ହୁଏ ଅଣନିଶ୍ୱାସୀ

ଚାହିଁଲେବି ପାଇପାରେନା ସେ ପାର

ଯେ ମୁଖରେ ଭେଦେ ସିଏ ଶିଳା ପୁଣି ବୃକ୍ଷର ଶରୀର

ସେହିମୁଖେ ଭେଦି ସେ ପାରେନା କମଳର କୋମଳ ଅନ୍ତର,,

ଜାଣି ଜାଣି ଶେଷେ ଜୀବନକୁ କରିଦିଏ ଦୂର

ବାଃ..... ବାହାରେ

ପ୍ରେମର ଆଭରଣ ମଧ୍ୟେ ପଶୁତ୍ତ୍ୱର କାରବାର ll

ପ୍ରେମର ଅନ୍ତରାଳେ ଖୋଲେ ଯଦି ମୃତ୍ୟୁର କବର

ସେ କେବେ ନୁହଁଇ ପ୍ରେମ, ଅଟେ ଖାଲି

ରୂପ ଗର୍ବେ କାମନାର କୁତ୍ସିତ ବେପାର

ସେ ପ୍ରେମକୁ ଦୂରରୁ ଜୁହାର ll


ପ୍ରେମତ ଅଟଇ ପୂତ ତାଜମହଲ ମନ୍ଦିର

ନଥାଏ ସେଠାରେ ରକ୍ତ, ହିଂସା ଆଉ ମୃତ୍ୟୁର ବିଚାର

ପ୍ରେମତ ଅଟଇ ଚିର ଶାଶ୍ୱତ ଅମର

ପ୍ରେମତ ଦିଅଇ ଆଶା, ସୃଷ୍ଟିର ନୂତନ ଝଙ୍କାର

ସେ ପ୍ରେମ, ପ୍ରେମନୁହଁ

ଥାଏ ଯହିଁ ଭୟ ବିଶ୍ୱାସଘାତର

ଛଳନାର ଜାଲେ ବାନ୍ଧି ଲୁଟିବାଟା ନୁହେଁ ପ୍ରେମ

ନାମ ତାର ଖାଲି "ବ୍ୟଭିଚାର " ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract