STORYMIRROR

Pravas Kumar Swain

Romance

2  

Pravas Kumar Swain

Romance

ପ୍ରେମ..... ♥️

ପ୍ରେମ..... ♥️

1 min
2.8K

ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର

ସୀମା ନାହିଁ ତାର ସୀମା ନାହିଁ

ସବୁତ ସରିବ ମଣିଷ ମରିବ

ପ୍ରେମର ତ କେବେ ଅନ୍ତ ନାହିଁ


ପ୍ରେମ ତ ନୁହଁଇ କାଗଜ ଫୁଲଟେ

ପବନରେ ଉଡିଯିବ

ପ୍ରେମ ତ ଅଟଇ ସରସ ସଂଗୀତ

ହରିନିଏ ଦୁଃଖ ଶୋକ


ପ୍ରେମ ତ ନୁହଁଇ କାଚ କଣ୍ଢେଇଟେ

ଆଘାତରେ ଭାଙ୍ଗିଯିବ

ପ୍ରେମ ତ ଅଟଇ ପବିତ୍ର ବନ୍ଧନ

ଯୋଡ଼େ ମନ ସହ ମନ


ପ୍ରେମ ତ ନୁହଁଇ ପାପ ଓ କଳୁଷ

ନୁହେଁ ସେ କଳଙ୍କ ଟୀକା

ପ୍ରେମ ଦୟା, ପ୍ରୀତି ପ୍ରେମ ହିଁ ଶାଶ୍ଵତୀ

ସେତ ବିଶ୍ୱାସ ଦୀପ ର ଶିଖା


ପ୍ରେମତ ନୁହଁଇ ଦେହୁ ଦେହ ଭୋଗ ପାଇଁ

ସାଜି ଯୌବନର ରଙ୍ଗଭୂଇଁ

ପ୍ରେମ ତ ଅଟଇ ପୂର୍ଣ୍ଣ ସମର୍ପଣ

ଏକରୁ ଅନେକ ପାଇଁ


ପ୍ରେମ ହିଁ ସତ୍ୟ, ପ୍ରେମ ହିଁ ଶିବ

ପ୍ରେମ ହିଁ ଅଟେ ସୁନ୍ଦର

ପ୍ରେମ ହିଁ ତ୍ୟାଗ, ପ୍ରେମ ହିଁ କ୍ଷମା

ପ୍ରେମ ହିଁ ଚିର ଅମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance