Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravas Kumar Swain

Romance

3  

Pravas Kumar Swain

Romance

ତୁମେ

ତୁମେ

1 min
289


ଝରାଶେଫାଳୀର ମହକ

ହେ ତୁମେ !

ମଳୟର ମୃଦୁ ବାଆ,

କୋଇଲିର ମିଠା କୁହୁ

ଆହେ ତୁମେ

ଫଗୁଣର ରଙ୍ଗ ଛୁଆଁ ll


ପଉଷ ର ମୋତି କାକର

ହେ ତୁମେ !

ଅଳସୀ ନଈର ଧାରl,

ନୀଳ ସରସୀର ପଦୁଅଁ

ହେ ତୁମେ !

ଚାହାଣୀ ହୃଦୟ ଚୋରା ll


ସୂରୁଜମୁଖି ର ହସ

ଆଗୋ ତୁମେ !

ପଳାଶର ବର୍ଣ୍ଣ ବିଭା,

ସ୍ବର୍ଣ୍ଣ କ୍ଷେତ ର ଉଜାଣି

ହେ ତୁମେ !

ଚିର ଯୌବନ ଶୋଭା ll


ସଜଳ ଘାସର ଲାଜ

ଆଗୋ ତୁମେ !

ପେନ୍ଥା ବଉଳର କଢ଼ୀ,

ସୁନା ହରିଣୀର ସଂଭ୍ରମ

ତୁମେ !

ଉଦବେଳିତ ନଈବଢ଼ି ll


ଗୋଧୂଳି ବେଳାର ଚଞ୍ଚଳତା

ତୁମେ !

କପୋତୀର ଦୁଃଖ ଗୀତ,

ଥୁଣ୍ଟା ଗଛର ସରଳତା

ତୁମେ !

ଝରଣାର ମିଠା ଗୀତ ll



Rate this content
Log in

Similar oriya poem from Romance