STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

କାହିଁକି ମାରୁଛ ଆଉ

କାହିଁକି ମାରୁଛ ଆଉ

1 min
13.8K


ମରି ସାରିଥିବା ମଣିଷଟାଏ ମୁଁ

କାହିଁକି ମାରୁଛ ଆଉ,,,

ଦୁନିଆ ଦେଖିବ ପ୍ରେମୀଟେ ମରିଛି

ଅବଶେଷ କିଛି ଥାଉ,,,,

ଢାଳୁନାଇ ଲୁହ

ଶୁଖାଉନି ମୁହଁ

ତମେ କହିଥିଲ ବୋଲି,,,

ରାତି ଉଜାଗର

ପିଇବା ଜହର

ମାନି ପାରୁନାଇ ଖାଲି,,,

କ୍ଷମା କରିଦବ ଅଷ୍ଟମ ଐଶ୍ଵଯ୍ୟ

ହେ ମୋର ସପ୍ତମ ଋତୁ,,,

ମରି ସାରିଥିବା ମଣିଷଟାଏ ମୁଁ,,,

କାହିଁକି ମାରୁଛ ଆଉ । (୧)


ମିଶୁନି କା' ସାଥେ

ଗପୁନି ଏକାନ୍ତେ

ତମର ଵାରଣ ମାନି,,,

ନିଜ ସ' ଗପିବା

ସ୍ମୃତି ଉଝାଳିବା

ଲୁଚେଇ ଜମାପାରୁନି,,,

ଦେଖା ହେବନାଇ

ଏଇ ଜନ୍ମ ପାଇଁ

ହେ ମୋର ଦରଦୀବନ୍ଧୁ,,,

ମରି ସାରିଥିବା ମଣିଷଟାଏ ମୁଁ

କାହିଁକି ମାରୁଛ ଆଉ । (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance