STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

କାହିଁକି ଲେଖିବି

କାହିଁକି ଲେଖିବି

1 min
183

କାହିଁକି ଲେଖିବି...?

ଏ କାହିଁକିକୁ ନେଇ

ଅସରନ୍ତି ପ୍ରଶ୍ନର ବୁଢିଆଣୀ ଜାଲ

ଛନ୍ଦି ପକାଏ ମନକୁ

ଶଙ୍କା ସନ୍ଦେହ ଅବିଶ୍ୱାସର

ଅନ୍ଧାରୁଆ ଗୁମ୍ଫା ଭିତରେ

କାହିଁକି ଖାଇବି...

କାହିଁକି ହସିବି...

କାହିଁକି କାନ୍ଦିବି...

କାହିଁକି ବଞ୍ଚିବି...

କାହିଁକି କାହିଁକି କାହିଁକି...

ସବୁ କାହିଁକିର ଉତ୍ତର ଖୋଜୁ ଖୋଜୁ

ଆଗକୁ ବଢିବାର ସମୟ

ହୋଇ ପଡ଼ିବ ଅକୁଳାଣ

ସୂର୍ଯ୍ୟ କହେ ଯଦି କାହିଁକି ଉଇଁବି...

ଏତେ ଆଲୋକ ଦେଲା ପରେ ବି

ଅନେକ ରହୁଛନ୍ତି ଅନ୍ଧକାରରେ

ଜହ୍ନ ଯଦି କହେ କାହିଁକି ବାଣ୍ଟିବି...

ମଧୁ ଯାମିନୀରେ ଜୋଛନା

ସେ ଜୋଛନାକୁ ଉପଭୋଗ ନ କରି

ଲୋକେ ଦେଖୁଛନ୍ତି ତାର

ରୁପେଲି ଅଙ୍ଗେ କଳଙ୍କ...

ଫୁଲ ଯଦି କଲେ କାହିଁକି ଫୁଟିବି

ସବୁ ବେଳେ ସବୁ ଫୁଲ ଲାଗୁନି ତ

ଠାକୁରଙ୍କ ପୂଜା ଅର୍ଚ୍ଚନାରେ

ଫଳ ଯଦି କହେ କାହିଁକି ଫଳିବି

ପାଚିବା ଆଗରୁ ଅବୁଝା ହୋଇ

କିଏ କିଏ ଭାଙ୍ଗି ଦିଅନ୍ତି ତାର ଡାଳ

ଏମିତି କାହିଁକିର ଅଶେଷ ପ୍ରଶ୍ନବାଚୀ...

ସେ ସବୁ ନ କରି ଅନୁଧ୍ୟାନ

କର୍ମୀ ତାର କର୍ମ ପଥେ

ରହିଥାଉ ଅଟଳ ନ ହୋଇ ବିଚଳିତ

ହୋଇ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର

ବୀର ଅର୍ଜୁନ ବିବଶ ହୋଇ ପଡ଼ିଥିଲେ

ମହାଭାରତର କୁରୁକ୍ଷେତ୍ର ଯୁଦ୍ଧେ

ଶୁଣି ଗୀତାର ଅମୃତବାଣୀ

ଦେଖି ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଶ୍ବରୂପ

କରିଥିଲେ ଯୁଦ୍ଧ ହୋଇ ପ୍ରକୃତିସ୍ଥ

କାହିଁକି ଲେଖିବି...

ଏ ପ୍ରଶ୍ନ ନ ଆଣି ମନକୁ

ଲେଖକର କଲମ ହୋଇ ରହୁ ଦୃଢ

ଲେଖିବାର ଆବେଗତା

ବହି ଚାଲୁ ସ୍ରୋତସ୍ଵିନୀ ପରି

ସାଗର ସଙ୍ଗମର ମହାନ ଲକ୍ଷ୍ୟକୁ ଧରି

ତାର ମନେ ପ୍ରାଣେ ହୃଦୟରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational