STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Inspirational

3  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Inspirational

କାହିଁକି କାହିଁକି ?

କାହିଁକି କାହିଁକି ?

2 mins
31

କାହିଁକି କାହିଁକି ?

ମାତୃଗର୍ଭରେ ଦୁନିଆକୁ

ଆସିବାର ଅପେକ୍ଷାରେ ଥିବା

ନିରୀହା କନ୍ୟାଭୃଣ ଟିଏ ମୁଁ !

କ'ଣ ବା ଦୋଷ କରିଥିଲି

ଦୁନିଆକୁ ବୁଝିବା ଆଗରୁ

ନିନ୍ଦା କରି ଛିଃ ଛିଃ କହି

କେଉଁ ଯନ୍ତ୍ର ସାହାଯ୍ୟରେ

ମୋର କୋମଳ ଶରୀରକୁ

ମାଆ ର ଗର୍ଭରେ

ଖିନ୍ ଭିନ୍ କରି ନଷ୍ଟ କରିଦେଲ !

କାହିଁକି କାହିଁକି ?

ନୂଆ ନୂଆ ଭୂଇଁରେ

ପାଦ ପକାଇ ଚାଲୁଥିବା

ନିଷ୍ପାପ ଶିଶୁକନ୍ୟା ଟିଏ ମୁଁ !

ସାଙ୍ଗମାନଙ୍କ ସହ

ମୋର ସେଇ ଖେଳିବା ବୟସରେ

ସେଇ ଛୋଟ ଛୋଟ ପାଦରେ

ବେଡି ବୋଲି ଜିନିଷ କ'ଣ

ଜାଣିବା ଆଗରୁ

ମୋ ପାଦରେ ବାନ୍ଧି ଦେଇ

ଗୃହବନ୍ଦୀ କରିଦେଲ !

କାହିଁକି କାହିଁକି ?

ବିଦ୍ୟାଳୟରେ ପାଠ ପଢୁଥିବା

କୌଶୋର ଅବସ୍ଥାରେ ପାଦ ଥାପିଥିବା

ଦୁର୍ବଳା କିଶୋରୀ ଟିଏ ମୁଁ !

ପାଠପଢି ଦୁନିଆକୁ

ଜାଣିବାକୁ ଚାହୁଁଥିବା ବେଳେ

ମୋ ପାଖରୁ ଛଡ଼ାଇ ନେଲ

ମୋର ଅତିପ୍ରିୟ ପାଠବହି

କେତେ ବିନତୀ କଲେ ମଧ୍ୟ

ବିଦ୍ୟାଳୟ ଯିବା ବନ୍ଦ କରିଦେଲ

ପାଠପଢ଼ାରେ ଡୋରି ବାନ୍ଧିଦେଲ !

କାହିଁକି କାହିଁକି ?

ଦେଖିଥିବା ନିଜର ସ୍ବପ୍ନକୁ

ବାସ୍ତବରେ ପରଣିତ କରିବା ପାଇଁ

ଯୁବତୀ ଟିଏ ପାଲଟି ଥିଲି ମୁଁ !

ସେଇ ସ୍ବପ୍ନ ଗୁଡ଼ିକ

ସାକାର ହେବା ପୂର୍ବରୁ

ସ୍ଵପ୍ନ ଗୁଡ଼ିକ ଭାଙ୍ଗି ଦେଇ

ନିମିଷକେ ମଧ୍ୟରେ ଚୁରମାର୍ କରିଦେଇ

କେଉଁ ଏକ ଅଚିହ୍ନା ପୁରୁଷ ସହ

ମୋର ଇଚ୍ଛା ଅନିଚ୍ଛା ନପଚାରି

ବିବାହ କରିଦେଇଥିଲ !

କାହିଁକି କାହିଁକି ?

ଦୁନିଆକୁ ବୁଝିସାରିଥିବା

ନିଜର ପିଲାମାନଙ୍କୁ ଗଢୁଥିବା

ମହିଳା ଟିଏ ଅଟେ ମୁଁ !

ନିଜ ପିଲା ସହ

ସ୍ବାମୀ ଙ୍କ ମୃତ୍ୟୁ ପରେ

ବିଧବା ହୋଇଗଲି ମୁଁ

ସେବେଠାରୁ ଅଲକ୍ଷଣୀ ସହ

ସମାଜରେ କଳଙ୍କିତ ନାରୀ ମୁଁ

ବିଧବା ମହିଳାର ଦ୍ୱାହି ଦେଇ

ସବୁ ଅଧିକାର ଛାଡାଇନେଲ ମୋର !

କାହିଁକି କାହିଁକି ?

ନିଜ ପରିବାର ପାଇଁ

ଅନେକ କିଛି କରି

ବୃଦ୍ଧାବସ୍ଥାରେ ଉପନୀତ ହେଲି ମୁଁ !

ସମସ୍ତଙ୍କ ଉପରେ

ବୋଝ ହୋଇଯିବା ପରେ

ଜରାଶ୍ରମ ରେ ସମୟ କାଟି

ବୟସର ଝରାଫୁଲ ମୋର

ସେଇଠି ହିଁ ଝଡ଼ିଗଲା

ତଥାପି, ଶେଷ ସମୟରେ ମୁଁହରେ

ପାଣି ଟୋପେ ଦେବାକୁ ନଥିଲେ ପରିବାର !

କାହିଁକି କାହିଁକି ?

ହଁ ମୁଁ ନାରୀଟିଏ

ନିରୀହା ବି, ନିଷ୍ପାପ ବି

ଦୁର୍ବଳା ବି, ଅବଳା ବି

ମୋର ଏ ଦୁନିଆରେ

କୌଣସି ଅଧିକାର ନାହିଁ

ପୁରୁଷଙ୍କ ଭଳି

ଖୋଲା ଜୀବନ ଜିଇଁବାକୁ

ମୋତେ କରାଯାଏ ବାରଣ

ଦେବୀ ଦୁର୍ଗାଙ୍କୁ ପୂଜୁଥିବା ବେଳେ

ସେଇ ଦୂର୍ଗାରୂପୀ ନାରୀଙ୍କୁ କର ବଳାତ୍କାର !

କାହିଁକି କାହିଁକି ?

ନାରୀ ସେ ଯୁଗରେ ଯେମିତି

ଏ ଯୁଗରେ ମଧ୍ୟ ସେମିତି

ଭୁଲ୍ ପୁରୁଷ ଟିଏ କଲେ

ନାରୀ ଏଠି ଦୋଷୀ

ମୁଁ ବେଳେବେଳେ ମମତାର ମୂର୍ତ୍ତି

ଆଜିର ପୁରୁଷ ସହ ତାଳ ଦେଇ

ଆଗକୁ ଆଗକୁ ଚାଲିଛି

ତଥାପି ମୋ ଜୀବନ ଶୂନ୍ୟ ଅଟେ

ତୁମର ମନ ପରିବର୍ତ୍ତନ କର

ହେ ଜଗତ, ମୁଁ ନାରୀଟିଏ ହେଲି !

କାହିଁକି କାହିଁକି ?

("ଆମେ ନ୍ୟାୟ ମାଗୁଛୁ, ଆମେ ସମାନତା ପଚାରୁଛୁ । ଦିନ ଆସିବ ଯେତେବେଳେ ପୁରୁଷ ମାନେ ମହିଳାଙ୍କୁ ତାଙ୍କ ସାଥି ଭାବରେ ଚିହ୍ନିବେ, ଦିନ ଆସିବ ଯେତେବେଳେ ନାରୀ ମାନଙ୍କ ସହ ହେଉଥିବା ନିର୍ଯାତନା ଓ ବଳାତ୍କାର ଆଉ ହେବନାହିଁ । ଆମେ ହେଉଛୁ ନାରୀ ସଫଳତା ପାଇବା ପାଇଁ ଆମକୁ ଅସାଧାରଣ ପ୍ରୟାସ କରିବାକୁ ପଡ଼ିବ । ଯଦି ଆମେ ବିଫଳ ହୋଇଯାଉ, କେହି କହିବେ ନାହିଁ " ଯାହା ଦରକାର ତାହା ଆମ ପାଖରେ ନାହିଁ।" ସେମାନେ କହିବେ " ନାରୀମାନେ ଯାହା ଆବଶ୍ୟକ କରନ୍ତି ତାହା ନାହିଁ ।")



Rate this content
Log in

Similar oriya poem from Inspirational