STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Tragedy Inspirational

3  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Tragedy Inspirational

ଦିଗହରା ପଥିକା

ଦିଗହରା ପଥିକା

1 min
242

ଦିଗହରା ପଥିକା ଟିଏ ମୁଁ

ଜାଣିନି ଆଜି ମୋ ଠିକଣା

ତଥାପି ଚାଲିଛି ଆଗକୁ ଆଗକୁ!

ନା ମୃଗତୃଷ୍ଣା ସନ୍ଧାନ ରେ

ନା ଖାଦ୍ୟର ସନ୍ଧାନ ରେ

ନା ହଜିଯାଇଥିବା ଜିନିଷର ସନ୍ଧାନ ରେ

ନା କାହା ସନ୍ଧାନ ରେ?           

ଦିଗହରା ପଥିକା ଟିଏ ମୁଁ

ଜାଣିନି ଆଜି ମୋ ଠିକଣା

ତଥାପି ଚାଲିଛି ଆଗକୁ ଆଗକୁ!

ଚାହେଁ ଦୂରେଇ ରହିବାକୁ

ଏଇ ସ୍ୱାର୍ଥପର ସମାଜରୁ

ଯେଉଁଠି ନାରୀ ନୁହେଁ ସୁରକ୍ଷିତ

ଯେଉଁଠି ଅଲୋଡା ହୁଏ କନ୍ୟାରତ୍ନ

ଯେଉଁଠି ଦୟା ନାମରେ

ଗରିବ ଉପରେ ହୁଏ ଅତ୍ୟାଚାର!

ଯେଉଁଠି ସମ୍ପତ୍ତି ପାଇଁ

ଭାଇ ହୁଏ ଭଗାରି

ଯେଉଁଠି ଘର ଥାଇ ଭିକ୍ଷା ଲୋଡ଼େ

ସେଇ ଘରର ବୃଦ୍ଧ ଲୋକ

ଯେଉଁଠି ବନ୍ଧୁ ହୁଏ ଶତ୍ରୁ

ଯେଉଁଠି ପ୍ରେମ ବଦଳରେ

ମିଳେ ପ୍ରତାରଣା !

ଯେଉଁଠି ଆଶା ବଦଳରେ

ମିଳେ ନିରାଶା

ଯେଉଁଠି ଶାନ୍ତି ବଦଳରେ

ମିଳେ ଅଶାନ୍ତି,

ଯେଉଁଠି ପୁଅ ବାପା ମାଆଙ୍କୁ

ମାରିବାକୁ ପଛାଏ ନାହିଁ

ଯେଉଁଠି ମା ତାର ଛୁଆକୁ

ବିନା ଦ୍ବିଧାରେ ଵିକେ

ଯେଉଁଠି ଶିକ୍ଷା ନାମରେ ଚାଲେ

ଅନେକ କୁଶିକ୍ଷା,

ଯେଉଁଠି ଚାଲେ ଗଣ୍ଡଗୋଳ

ଯେଉଁଠି ଟଙ୍କା ପାଇଁ

କେହି ନୁହେଁ କାହାର

ଯେଉଁଠି ନିଜ ଲୋକ

ନିଜର ହତ୍ୟାକାରୀ !

ଯେଉଁଠି ସ୍ବାମୀ ନୁହେଁ ସ୍ତ୍ରୀ ର

ଯେଉଁଠି ମା ନୁହେଁ ପିଲା ର

ଯେଉଁଠି ଭାଇ ନୁହେଁ ଭଉଣୀର

ଯେଉଁଠି ଖାଦ୍ୟ ନାମରେ

ଦିଆଯାଏ ବିଷ

ଯେଉଁଠି ସାହାର୍ଯ୍ୟ ନାମରେ ଚାଲେ

ନେତାଙ୍କ ମିଛ ପ୍ରତିଶ୍ରୁତି !

ଯେଉଁଠି ଚାଲେ

ମଣିଷ ନାମରେ ପଶୁ ପ୍ରକୃତି

ଯେଉଁଠି ମଣିଷର ନାହିଁ ଦୟା

ସେଇଠି ପଶୁମାନେ ଦୟା ଦେଖାନ୍ତି

ଏଇ ମଣିଷ ସମାଜ ଯେ

ପଶୁ ଠାରୁ ହୀନ

ହଁ ମୁଁ ବି ସେଇ ମଣିଷ ସମାଜର,

ତଥାପି ଚାହେଁ ଦୂରେଇ ରହିବାକୁ

ଏଇ ସ୍ୱାର୍ଥପର ସମାଜ ଠାରୁ

ଦୂରରେ ଅନେକ ଦୂରରେ,

ଦିଗହରା ପଥିକା ଟିଏ ମୁଁ

ଜାଣିନି ଆଜି ମୋ ଠିକଣା

ତଥାପି ଚାଲିଛି ଆଗକୁ କେବଳ ଆଗକୁ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy