STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Classics Others

4  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Classics Others

ଭକତର ଭାବଗ୍ରାହୀ

ଭକତର ଭାବଗ୍ରାହୀ

1 min
27

ପୁରୀ ବଡଦାଣ୍ଡେ ତିନି ରଥ ଯାଏ ଗଡି ଗଡ଼ି

ନିକଟେ ଦେଖି ଆଖିରୁ ଆପେ ଲୁହ ଆସେ ଗଡି...।।

ପହଣ୍ଡି ହେଇ ରଥକୁ ଯାଇ ବସିଛି ସ୍ମିତ ହସି

ନିଜର ପ୍ରିୟ ଭକତଙ୍କୁ ଦେଖି ଭାରି ହେଉଛି ଖୁସି...।।

ବେକରେ ତୁଳସୀ ମାଳ ତାର ବାସୁଛି ମହମହ

ପୋଛି ଦଉଛି ଅଦୃଶ୍ୟ ହାତେ ଭକତ ଆଖିର ଲୁହ..।।

ତା ନିର୍ଦ୍ଦେଶରେ ଗଡିବ ରଥ, ବଡ ଠାକୁର ଯେ ସେହି

କେଜାଣି କେଉଁ ଭକତ ଅପେକ୍ଷାରେ ତା ନେତ୍ର ରହିଛି ଚାହିଁ..।।

ଜଗାର ଆଖି, ଜଗାର ବେଶ ସବୁ ଏ ନେତ୍ର ଦେଖି

ପାପ ପୁଣ୍ୟ ସବୁ ଧୋଇ ଯାଇ, ପବିତ୍ର ହୋଇଛି ଆଖି....।।

ଜଗା ଆସିଛି ବଡ ଦାଣ୍ଡକୁ,ଭକତେ ସହ ହେବ ଦେଖା

ଧନୀ ଦରିଦ୍ର ଭେଦଭାବ ନାହିଁ, ସଭିଙ୍କ କରିବ ରକ୍ଷା..।।

ରଥରେ ଚଢ଼ି  ଜଗା ଯାଉଛି ତା ମାଉସୀ ଘର

ନଅ ଦିନରେ ଫେରିବ ସେ, ଦେଇଛି କଥା ତାର..।।

ଜନ ସମୁଦ୍ର ବହି ବହି ଯାଏ ଗୁଣ୍ଡିଚା ଯାଏଁ

ଭକତ ହୃଦୟକନ୍ଦରକୁ ପ୍ରବଶେ ସେ ଆପଣା ଛାଏଁ....।।

ଭକତ ତାର ନିଜ ସନ୍ତାନ ସେ ଯେ ନପାରେ କହି

ଦୁନିଆ ଜାଣେ ଜଗା ଆମ ଭକତର ଭାବଗ୍ରାହୀ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics