Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srimani Priyadarsini

Classics Inspirational Children

4.3  

Srimani Priyadarsini

Classics Inspirational Children

ମାଆ

ମାଆ

1 min
166


         

କେମିତି ଈଶ୍ୱର   ଗଢିଛି ସତରେ

ଏଇ ସୁନ୍ଦର ରୂପଟି ଆହା

ଯେତେ ଡାକୁଥିଲେ ମନ ବୁଝେ ନାହିଁ

   ଡାକୁ ଥାଏ ମାଆ ମାଆ । 

ତୋ ପଣତେ ମାଆ   କି ଯାଦୁ ଅଛି

ଧରି ବୁଲୁଥାଇ ମୁହିଁ

ତୋ ପଣତ ଠାରୁ ଏ ଦୁନିଆରେ ବଡ଼

     ଆଉ କିଛି ସତେ ନାହିଁ ।

ତୋ କୋଳରେ ପାଏ  ସରଗ ସୁଖ ମୁଁ

ଆଉ କିଛି ଲୋଡା ନାହିଁ

ଦୁନିଆକୁ ଯେତେ ବୁଝିନାହିଁ ମୁହିଁ

     ବୁଝେଇ ଦେଇଛୁ ତୁହି ।

ନିରୀହ ମୁହଁଟି    ଲାଗେ ତୋର ମୋତେ

ଜମା ଦେଖି ନାହିଁ ଦୁଃଖ

ଘାତେ ପ୍ରତିଘାତେ ସବୁ କାରଣ ତ

    ସମ୍ଭାଳି ପାଇଛୁ ସୁଖ ।

ମଥାରେ ତୋହର  ସିନ୍ଦୂର ଟୋପା ଟି

ଆହା କି ସୁନ୍ଦର ଦିଶେ

ସେଇ ମଥାରୁ ତୋର ଓଢଣାଟି

   ଦେଖି ନାହିଁ କେବେ ଖସେ ।  

ବାରମାସେ ତୁହି  କେତେ ଓଷାବ୍ରତ ରଖି

ମୋ ଶୁଭ କାମନା କରି ଥାଉ

ଏଇ ପରିବାରର କେତେ ମଙ୍ଗଳ ପାଇଁକି

    ନିତି ଠାକୁରଙ୍କୁ ଡାକୁ ଥାଉ ।

ଖାଇଛୁ କି କେବେ   ପଚାରିଲେ ତୋତେ

ବାର ବାର ଭୁଲି ଯାଉ

ତଥାପି ଆନନ୍ଦେ ନାନା ବ୍ୟଞ୍ଜନ ବନାଇ

ତୋ ହାତରେ ଖୋଇ ଦେଉ ।


ବେମାର ପଡ଼ିଲେ ରାତି ଅନିଦ୍ରା ହୋଇକି

ବାହୁନି ବାହୁନି କାନ୍ଦୁ

ସଫଳତା ଯେବେ ପାଇଲେ ବି ମୁହିଁ

ତୋ ଆଖିରେ ଦେଖେ ମୁକ୍ତା ବିନ୍ଦୁ ।


ଦଶମାସ ଦଶଦିନ ଗର୍ଭରେ ଧରି ତୁ

ଜନମ ଦେଇଛୁ ମୋତେ

ତୋ ଠାରୁ ବଳି ଏଇ ସଂସାରରେ

ମୁଁ ଜାଣିନି କାହାକୁ ସତେ ।


ଈଶ୍ବରଙ୍କ ବୋଧେ ଦ୍ୱିତୀୟ ରୂପ ତୁ

ଧରାକୁ ଆସିଛୁ ସତେ

ଯେତେ ଦେଖୁଥିଲେ ତୋର ମନ ବୁଝେନାହିଁ

    ଦେଖୁଥାଉ ଖାଲି ମୋତେ ।

ମମତାମୟୀ ତୁ   ସ୍ନେହ ଓ ଦୟାର ସାଗର

ତୋ କୋଳେ ସରଗ ସୁଖ

ତୁ ଥିଲେ ପାଖରେ ଭୁଲି ଯାଏ ମୁହିଁ

ମୋର କେତେ ଅଛି ସୁଖ ଦୁଃଖ ।



Rate this content
Log in

Similar oriya poem from Classics