STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Inspirational Others Children

3  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Inspirational Others Children

ପରିବାର

ପରିବାର

1 min
190


ଝୁଣ୍ଟି ମୁଁ ପଡ଼ିଲେ

ପାଟିରୁ ମୋ ଆପେ ଆପେ

ବାହାରି ଆସେ ଶବ୍ଦଟି ମାଆ ।


କିଛି ନୂଆ ଶିଖୁଥିଲେ

ହାରିଯିବି ଭାବିଲେ 

ସାହସ ଦିଅନ୍ତି ବାପା ।


ସାଙ୍ଗସାଥୀ ମେଳେ

ମାଡ ଗୋଳ ହେଲେ

ମୋ ଆଗରେ ଥାଏ ମୋ ଭାଇ ।


ଖେଳି ମୁଁ ନପାରିଲେ

ରୋଷେଇ ନ ଆସିଲେ

ହାତ ଧରି ଦିଏ ଶିଖାଇ ଭଉଣୀ । 


ମୋତେ ଦୁନିଆରେ ଲାଗେ

ମୋ ପରିବାର ଠାରୁ

ଆଉ କିଛି ବଡ଼ ନାହିଁ ।


ସୁଖଦୁଃଖ ବେଳେ

ମୋ ପରିବାର ଛଡ଼ା

ଆଉ କାହା ସାଥ ଦରକାର ନାହିଁ ।


ଦୁନିଆରେ ସବୁ ସ୍ୱାର୍ଥପର ହେଲେ

ପରିବାର ଅଟେ ନିଃସ୍ଵାର୍ଥପର

ଖୁସିରେ ମୁଁ ଜିଏଁ ଜୀବନ ।


ପରିବାର ଅଟେ ଈଶ୍ବରଙ୍କ ଦାନ

ପରିବାରରେ ରହିଥାଉ ସବୁବେଳେ

ଏମିତି ସୁଖଶାନ୍ତି ଭରି ।



Rate this content
Log in

Similar oriya poem from Inspirational