Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srimani Priyadarsini

Inspirational Others Children

4.3  

Srimani Priyadarsini

Inspirational Others Children

ସହିଦର ଲୁହ

ସହିଦର ଲୁହ

1 min
271



ମାଆ କାନ୍ଦୁ ଥାଏ ଗୁମୁରି ଗୁମୁରି

ତା' ପୁଅ କି ଆଉ ଫେରିବ ?

ଭାରତ ମାଆ ପାଇଁ ତା' ଜୀବନ

ତା ପୁଅ କରିଦେଇଛି ଉତ୍ସର୍ଗ !

ମାଟି ମା ଗର୍ବେ କାନ୍ଦୁ ଥାଏ ଅନ୍ତେ

ନିଜ ପୁତ୍ରକୁ ହରାଇ

ଖେଳି ବୁଲି ତା' କୋଳେ ବଡ଼ ହେଇଛି

ଶେଷରେ କଣ ମିଳେ ଲୁହ ବୁହାଇ ! 

ବାପା ବସିଥାନ୍ତି ମୁଣ୍ଡେ ଦେଇ ହାତ

ନେତା ଦଉଥାନ୍ତି ଟଙ୍କା ବଢାଇ

ବାପା କହୁଥାନ୍ତି ଏ ଟଙ୍କା ବଦଳରେ

ମୋ ପୁଅକୁ ଆଣିବ ଫେରାଇ ? 

ବୁଢ଼ୀ ମାଆ କୁହେ ମୋର ନାତିଆ

ଏମିତି କାହିଁ ଶୋଇଛି ?

ଏତେ ଜଲଦି ସିଏ କାହିଁ ବା ମରିବ

ବୟସ ଜମା ତାକୁ ଛବିଶି ! 

ବିବାହକୁ ତିନି ବର୍ଷ ନ ପୁରୁଣୁ

ସ୍ତ୍ରୀ ବସିଛି ବିଧବା ବେଶରେ

କିଏ ଅଛି ଆଉ ତା'ର ଫେରାଇ ଆଣିବ

ସୁନ୍ଦର ହସ ତା' ମୁହଁରେ !

ପୁଅ କହୁଥାଏ ବାପା ଉଠିଯାଅ

ଶତ୍ରୁ ମାଡ଼ିଆସେ ଦେଶକୁ

କିଏ ବୁଝାଇବ ତାକୁ ଯେ ତୋ' ବାପା

ସହିଦ ହୋଇଛି ରକ୍ଷା କରି ଏ ଦେଶକୁ ! 

ସହିଦର ଲୁହ କେହି ଜାଣି ପାରେନାହିଁ

ବରଷା ଜଣାଇ ଦିଏ ପୃଥିବୀକୁ

ଗର୍ବ କଲେ ତା'ର ପରିବାର ସିନା

କିଏ ବୁଝିବ ତାଙ୍କର ଅନ୍ତର କୋହକୁ !



Rate this content
Log in