ତ୍ରିରଙ୍ଗା ହସୁଥିଲା
ତ୍ରିରଙ୍ଗା ହସୁଥିଲା
କରୋନା ଭୟରେ ଚାରିଆଡେ ଖାଲି
ଅଗଷ୍ଟ ପନ୍ଦର ଖାପଛଡା ଲାଗୁଥିଲା ।
ବିଦ୍ୟାଳୟ କେବଳ ଦଶ ଜଣଙ୍କୁ ଦେଖି
ତା'ର ବିଦ୍ୟାର୍ଥୀ ମାନଙ୍କୁ ଝୁରୁଥିଲା ।
କୁନା ଆମର ମାଆ ପାଖେ ବସି
କରୋନାକୁ ଗାଳି କରି ଚାଲିଥିଲା ।
କାହିଁକି ଗାଳି ଦେଉଛୁ ପଚାରିବାରୁ
କୁହେ, ବୁନ୍ଦି ମିଠେଇକୁ ଝୂରୁଥିଲା ।
ଖୋଜି ପାଇଲିନି କୁନିକୁ ଯେବେ
ତ୍ରିରଙ୍ଗା ଧରି ସେ ଜନ ଗଣ ମନ ଗାଉଥିଲା ।
ମୁନା ଆମର ତ୍ରିରଙ୍ଗା ଦେଖିବା ପାଇଁ
ଛାତ ଉପରକୁ ଧାଇଁ ଗଲା ।
ତା' ପଛେ ପଛେ କୁନା କୁନି ଦୋୖଡି ଗଲେ
କାରଣ, ଛାତ ଉପରୁ ତାଙ୍କ ବିଦ୍ୟାଳୟ ଦିଶୁଥିଲା ।
ସକାଳୁଆ ପବନରେ ଚିତ୍ରଶୋଭିତ ତ୍ରିରଙ୍ଗା
ଫର ଫର ହୋଇ ଉଡୁଥିଲା ।
ତାକୁ ଦେଖି କୁନା କୁନି ଓ ମୁନାଙ୍କ ଆଖିରୁ
ଲୋତକ ଧାରା ବହିଗଲା ।
ମୁଁ ଯେତେବେଳେ ତ୍ରିରଙ୍ଗାକୁ ଚାହିଁ ଦେଲି
ତ୍ରିରଙ୍ଗା ମୋତେ ଚାହିଁ ହସୁଥିଲା ।