STORYMIRROR

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Classics Inspirational Others

4  

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Classics Inspirational Others

କିଏ ତୁମେ

କିଏ ତୁମେ

2 mins
280

କିଏ ତୁମେ

ମୋ ମସ୍ତିଷ୍କ ଯେବେ ମୋତେ ସବୁବେଳେ କହିଉଠେ

ଦୁଃଖ କଷ୍ଟରେ ଭରା ଜୀବନକୁ ନିଃଶେଷ କରିଦେବାକୁ

ମୋ ହୃଦୟ କନ୍ଦରରୁ ତୁମେ କହିଉଠ

ଅମୂଲ୍ୟ ଜୀବନର ଅନ୍ତ ଘଟେଇ କଣ ପାଇବୁ ମା

କିଏ ତୁମେ, ମୋ ଜୀବନରେ ହସ୍ତକ୍ଷେପ କରିବାକୁ ?

ତୁମେ ସିଏ ନୁହେଁ ତ ଶ୍ରୀମନ୍ଦିରରେ ବସି

ନାଲି ଓଠେ ସ୍ମିତ ହସି, ଚକା ନୟନରେ ଚାହିଁଛ ସାରା ପୃଥିବୀକୁ...।

ମୁଁ ଯେତେବେଳେ ଭାବେ ହାରିଯିବି ସବୁ କ୍ଷେତ୍ରରେ

ଫି ଦିନ କାନ୍ଦୁଥାଏ ଦୁଇ ହାତରେ ମୁହଁ ଲୁଚାଇ

କେଉଁ ଅଦୃଶ୍ୟ ଶକ୍ତି ମୋ କର୍ଣ୍ଣ ଗହ୍ୱରରେ କହିଉଠେ

ତୁ ସବୁ କ୍ଷେତ୍ରରେ ସଫଳ ହେବୁ, ବିଶ୍ୱାସ ରଖ ମା

କିଏ ତୁମେ, ଏତେ ନିଜର ଭଳି ମୋତେ ବୁଝାଇବାକୁ ?

ତୁମେ ସିଏ ନୁହେଁ ତ ଯିଏ ଭକ୍ତର ଡ଼ାକରେ

ଉତ୍ତର ଦିଅ, ତାର ସବୁ ଦୁଃଖକୁ ନିଜର କରିନିଅ...।

ଖାଇବାକୁ ମୁଠେ ନପାଇ ମରିବାକୁ ଥିଲେ କେତେ ଜୀବନ

ସେଇ ଚିନ୍ତାରେ ଯେ ମୁଁ ଶାନ୍ତିରେ ନିଶ୍ୱାସ ନେଇ ପାରୁନଥିଲି

କେହି ଜଣେ ପୁରୁଷ ଆସି ବଢାଇ ଦେଉଥିଲେ ଖାଦ୍ୟ ପଦାର୍ଥ

ନିକଟକୁ ଆସି କହିଲେ, ତୁ ଏବେ ଓଠରେ ହସ ଫୁଟା ମା

କିଏ ତୁମେ, ମୋ ସୁଖ ଦୁଃଖରେ ଛାଇ ଭଳି ରହିଛ ?

ତୁମେ ସିଏ ନୁହେଁ ତ ଯିଏ ତା ଭକ୍ତର ସୁରକ୍ଷା ପାଇଁ

କେତେ ଯେ ରୂପ ଧାରଣ କରିଛ,ଯାହା ଅନୁଭବ ହୁଏ ଖୁବ୍ ଶେଷରେ...।

ମୋ ହାତ ଭାଙ୍ଗି ଯାଇଥିଲା ସେଦିନ ଅର୍ଥ ନଥିଲା ଚିକିତ୍ସା ପାଇଁ

କଷ୍ଟକୁ ଚାପି ହସୁଥିଲି ମୁହିଁ, କେଜାଣି କେମିତି

ଅତି ଛୋଟ ପିଲାଟିଏ,ଡାକ୍ତରଙ୍କୁ ସାଥେ ଧରି

ଚାଲି ଆସିଥିଲା ହସି ହସି କହିଲା,ତୁ ଏବେ କଷ୍ଟରୁ ମୁକ୍ତ ମା

କିଏ ତୁମେ,ମୋ କଷ୍ଟ ଯନ୍ତ୍ରଣା ବିଷୟରେ ଜାଣ କିପରି ?

ତୁମେ ସିଏ ନୁହେଁ ତ ଯିଏ ଅନେକଙ୍କୁ କଷ୍ଟରୁ ମୁକ୍ତି ଦେଇଛି

ଅନେକ କଷ୍ଟ ଥାଇ ବି ତୁମକୁ ଦେଖିଦେଲେ ମିଳିଯାଇଛି ଉପଶମ...।

ମୁଁ ଯେତେବେଳେ ଭାବେ କିଏ ତୁମେ ମୋର

ବାପା, ମାଆ, ଭାଇ, ଭଉଣୀ,ବନ୍ଧୁ ବା ଅନ୍ୟ କେହି

ନା କେହି ନୁହଁ ଏଥିରୁ ତୁମେ ମୋର,କେହି ବି ନୁହଁ

ତୁମେ ହେଉଛ ମୋର ଅତି ଆପଣାର ଭଗବାନ ମୋ ପ୍ରଭୁ

ବଡ ଦେଉଳର ବଡ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ

ତୁମେ ଥାଅ ମୋ ସାଥେ ଛାଇ ଭଳି ଚତୁଃପାର୍ଶ୍ଵରେ

ମୁଁ ଅନୁଭବ କରେ ତୁମକୁ ପ୍ରତି ମୁହୂର୍ତ୍ତରେ, ପ୍ରତି ନିଃଶ୍ୱାସରେ

ପ୍ରଭୁ କିଛି ମାଗୁ ନାହିଁ, ମାଗୁଛି ଏତିକି ତୁମ ପାଦ ତଳେ ଜୀବନଟା ଯାଉ ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics