STORYMIRROR

Ansuman Swain

Romance

3  

Ansuman Swain

Romance

କାହିଁକି ହେଉଛୁ ଏତେ ଫୁଲେଇ

କାହିଁକି ହେଉଛୁ ଏତେ ଫୁଲେଇ

1 min
185


କାହିଁକି ହେଉଛୁ ଏତେ ଫୁଲେଇ 

    କହଲୋ ସଙ୍ଗାତ କାହାରି ପାଇଁ 

କେଉଁ ରାଜା ପୁଅ ନେଲା ଚୋରେଇ 

       ପ୍ରତି ମୁହୂର୍ତ୍ତରେ ଭାବୁଛୁ ତୁହି .....


ଲାଜରେ, ଲାଜରେ ସରମି ଯାଉଛି

  ତୋର ସେହି ତନୁ ମନ 

ପାଠ ପଢାରେ ଆଉ ଦେଉନୁ ମନ 

   କହ ଲୋ ଫୁଲେଇ ଜହ୍ନ ।


 ପୁସ୍ତଗମ ଧରି ଫୁଲେଇ ହେଉଛୁ 

   ହସୁଛୁ ତୁ ମଖମଲ୍ଲି 

ପ୍ରେମ ରୋଗ ତତେ ହୋଇ ଗଲା କିଲୋ 

  ମୋତେ ତୁ କହୁନୁ ଖୋଲି ।


ଏକାକୀ ବସୁଛୁ ନିରବେ ରହୁଛୁ

  ଯେମିତି ଜାଣିନୁ କିଛି 

ତୋ ଚିନ୍ତା ଚେତନା କହି ଦେଉଛି ଲୋ

    ପ୍ରେମରେ ଯାଇଛୁ ହଜି ।


ତୋ ଭାବ ପଣକୁ ଘରେ ବଖାଣିବି 

   ମୁହଁ କୁ ଫୁଲାନି ଆଉ

ସମୟ ହେଲାଣି ଘରକୁ ଜିବାଲୋ

   ସେତିକି ଭାବନା ଥାଉ ।


ମୋ ମନ କହୁଛି ତୋ ମନ ମଣିଷ 

   ଡାକୁ ଅଛି ହାତ ଠାରି 

ସଜାଗ ହୋଇଥା ପାଲିଙ୍ଗୀ ରେ ବସି 

    ଚାଲିଯିବୁ ପର କରି ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance