କାହିଁକି ହେଉଛୁ ବଣା
କାହିଁକି ହେଉଛୁ ବଣା
କାଲି ଟି କିହେବ ନଜାଣନ୍ତି କେହୁ
ନିୟତି ହସ୍ତରେ ସାରା
ଲିଖିତ କପାଳେ ବିଧାତାର ଗାର
ସତ୍ୟହେବ ନିଶ୍ଚେ ପରା
ସୃଷ୍ଟି କ ର୍ତ୍ତା ଙ୍କ ର ଗାର
ଦୂର କରିବାର ଶକ୍ତି ଅଛି କାର !!
ଗୁଣି ଅଝା କରୁ ଜ୍ୟୋତିଷେ ଦେଖାଉ
ଗାର କି ପୋଛି ପାରିବେ
ନାହିଁ ଶକ୍ତି କାର ବ୍ରହ୍ମାଣ୍ଡେ ଭିତରେ
ଦୂର କି ତାକୁ କରିବେ
ଚିନ୍ତା କାହିଁ ପାଇଁ ତୋର
ଭକ୍ତିକୁରେ ରଖିଥା ଜଗା ଠାକୁର !!
ମନୁଷ୍ୟ ଜୀବନ କର୍ମ ପାଇଁ ପରା
ନିତ୍ୟେ ସତ୍ୟ କର୍ମ କର
ଅନାଦି ଅନନ୍ତେ ଧ୍ୟାନ ରଖ ନିତି ଏକ
ନ କର ଭାଗ୍ୟ ବିଚାର
ନ କରିବେ କେହୁ ଦୂର
ବୃଥା କିମ୍ପା ବନ୍ଧୁ ହେଉ ହରବର?!!
ଏ ଜୀବନ ନୁହେଁ ଚିରସ୍ଥାୟୀ ପରା
ଆଜି ଅଛି କାଲି ଯିବ
ସମୟ ହୋଇବ କପାଳ ଲିଖିତ
ଅବଶ୍ୟ ତାହାହିଁ ହେବ
ଜୀବନେ ତାହା ଘଟିବ
ଆସିବ ଜୀବନେ ନିଶ୍ଚିତ ତା ହେବ!!
ଡାହାଣୀ କରୁଛି ପିଶାଚ କରୁଛି
ଚିନ୍ତା ତୋର ଜୀବନରେ
ମତିଭ୍ରମ କିମ୍ପା ହେଉଛୁ ତୁହିରେ?
କିମ୍ପା ଅନ୍ଧବିଶ୍ୱାସ ରେ?
ଅଝା କଥା ଶୁଣୁ ଅଛୁ
ଜ୍ୟୋତିଷ କଥାକୁ ତୁହି ମାନୁ ଅଛୁ!!
କିଏ ଭାଗ୍ୟ ଚକ୍ର ବଦଳାଇ ଦେବ
ଶକ୍ତି ବ୍ରହ୍ମାଣ୍ଡରେ କାର
ସୃଷ୍ଟି କର୍ତ୍ତା ହସ୍ତେ ରହିଛି ସବୁତ
ସେହୁତ ଜଗା ଠାକୁର
ଚକାନୟନ ରେ ତାର
ସେହି କୃପାସିନ୍ଧୁ କୃପାର ସାଗର!!
କର ସମର୍ପଣ ମନ ପ୍ରାଣ ତୋର
ନାମ ହୃଦୟରେ ଗୁଞ୍ଜୁ
ଅନ୍ଧବିଶ୍ୱାସରେ ନ ରଖିଣ ମନ
କାଳିଆ କାଳିଆ ବାଜୁ
ନାମ ହୃଦେ ମନ୍ତ୍ର ସାଜୁ
ଏ ପ୍ରେମ ଭକ୍ତି ଶ୍ରଦ୍ଧା ହୃଦୟେ ରଞ୍ଜୁ!!
କାଳ ନ ଜାଣେ କଞ୍ଚା ଓ ପାଚିଲା
କାଳଚକ୍ରେ ଝଡ଼ି ପଡ଼େ
ଲିଖିତଗାରସେ ସତ୍ୟହେବ ନିଶ୍ଚେ
ଚକ୍ଷୁରୁ ଅଶ୍ରୁ ହିଁ ଗଡ଼େ
ପରକୁ ଦୋଷସେ ଦିଏ
ସେ ଗୁଣି ଓ ଅଝାର ପାଶକୁ ଯାଏ!!
କପାଳ ଲିଖନ ହୋଇବ ସେ ସତ୍ୟ
ଦୋଷ କାହାରିତ ନାହିଁ
ଅସତ୍ୟ କର୍ମରେ ଧନର ଅର୍ଜନ
ଅଟେ ଅପରାଧ ତହିଁ
ହୀନ କର୍ମ ପଥ ଧରୁ
ଭ୍ରଷ୍ଟାଚାର ଜୀବ ହତ୍ୟା ନିତ୍ୟେ କରୁ!!
କରୁଣା କରହେ ଜଗତ ଠାକୁର
ଜ୍ଞାନ ଭରି ଦିଅ ଜନେ
ଅନ୍ଧବିଶ୍ୱାସର ଭାବ ଦୂର କର
ଶିକ୍ଷା ଦିଅ ଏହୁ ମନେ
ହେଉଜ୍ଞାନ ପଥ କର୍ମେ
ଧର୍ମ ତ୍ୟାଗ ଥାଉ ମନୁଷ୍ୟର ଧର୍ମେ!!
