କାହିଁ ସେହି ରଜ
କାହିଁ ସେହି ରଜ
କାହିଁ ସେହି ରଜ
ରଜ ଆସୁଛି ରଜ ଯାଉଛି
ଲାଗୁନିି ରଜ ଦୋଳି
ବନସ୍ତେ ଆଉ ଡାକୁନି ଗଜ
ନାହିଁ ସାଥୀଙ୍କ ମେଳି ।
ପିଠା ପଣା ବି ଗଢୁନି ବୋହୂ
ଚୁଲି ମୁଣ୍ଡରେ ବସି
ନୂଆ ଜାମା ବି ପିନ୍ଧିବା ପାଇଁ
ହେଉନି କେହି ଖୁସି ।
କୁଆଁରୀ ଝିଅ ରହିଛି ସିନା
ନାହିଁ ଅଳତା ଗାର
ଖାଲି ପାଦରେ ଚାଲିବା ପାଇଁ
ଲାଗୁଛି ତାକୁ ଡର ।
ଗାଆଁ ବି ଅଛି ପଡିଆ ଅଛି
ନାହିଁ କବାଡି ଖେଳ
ଯୁବକ ଯେତେ ବିଦେଶ ଗଲେ
କା ପାଖେ ଅଛି ବେଳ ?
ରଜର ପାନ ହେଲା ସପନ
ବଟୁଆ ନାହିଁ ଘରେ
କାହାରି କଥା କେହିତ ଏଠି
ପଚାରୁ ନାହିଁ ଥରେ ।
ରଜଟା ସିନା ଆସୁଛି ହେଲେ
ରଜର ମଜ୍ଜା ନାହିଁ
ସେମିତି ଆସି ଚାଲି ଯାଉଛି
ଗାଆଁର ବାଟ ଦେଇ ।