Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bulu Behera

Children

4.2  

Bulu Behera

Children

କାହାର ପେଟ ଓ ପାଟି ବଡ ?

କାହାର ପେଟ ଓ ପାଟି ବଡ ?

1 min
287


ଜଣଙ୍କର ଅଛି ବଡ଼ ପେଟ

                 ଯାହା ଦେବ ସେ ଖାଏ,

ଦେହ ତାର ସୂତା ଓ ତନ୍ତୁରେ

                   ତିଆରି ହୋଇଥାଏ l (1)


ବୋଡାସାପ ପରିକା ଗିଳଇ

                 ଯେତେ ତା ଆହାରକୁ,

ଯେତେବେଳେ ଯାହା ମିଳଇ

                  ଗିଳିଦିଏ ତାହାକୁ l (2)


ଖାଇଦେଲେ ପେଟ ତାହାର ଯେ

                 ଫୁଙ୍କା ପରି ଫୁଲଇ,

ବୋଡାସାପ ପରିକା ଦିଶଇ 

                ଚାଲି ସେ ପାରେନାହିଁ l (3)

ତାହା'ର ପେଟରେ ଯାହା ଥିଲେ 

                  ହଜମ ନ ହୁଅଇ,

ବ୍ୟାଙ୍କ ପରି ସଞ୍ଚିତ ରଖଇ 

                   ଖର୍ଚ୍ଚ ସେ କରେ ନାହିଁ l (4)

ଯେତେବେଳେ ତ' ଯିଏ ଚାହିଁବ

                ଆରାମରେ କାଢ଼ିବ,

ତା'ହାର ଦୁଇ ପାଟି ଚିରିଲେ

                ସେ କିଛି 'ନ' କହିବ l (5)


କୁମ୍ଭୀର ପରି ତାହାର ପାଟି

               ଦେଖିଲେ ଡରି ଯିବ,

ଲାଞ୍ଜ ନାହିଁକି ଗୋଡ଼ ବି ନାହିଁ

                ସେ ବିଚିତ୍ର ନିର୍ଜୀଵ l (6)


ଖାଦ୍ୟକୁ ଖାଇ ସାରିଲା ପରେ

                ପାଟିକୁ ସିଲାଯାଏ,

ନହେଲେ ସୂତା କି ଦଉଡ଼ିରେ

                 ପାଟିକୁ ଭିଡାଯାଏ l (7)


ପାଟି ଭିତରରେ ତାହାର ଯେ 

              ଗୋଟିଏ ଦାନ୍ତ ନାହିଁ,

ପାକୁଆ ବୁଢା ପରି ଦିଶେ ସେ 

               ରହିବ ଯଦି ଚାହିଁ l (8)


ହାତ ନାହିଁକି ଗୋଡ଼ ତା ନାହିଁ

               କେବଳ ଅଛି ପାଟି,

ଆଖି ନାହିଁକି ମୁଣ୍ଡ ବି ନାହିଁ

              କିଏ ଜାଣ ନାମଟି l (9)


ଯେଉଁ ପାଟିରେ ସେ ଖାଉଅଛି

               ସେପଟେ କରେ ଝାଡା,

କୁମ୍ଭକର୍ଣ୍ଣ ପରି ଶୋଉଛି

              ରଖିଲେ ହୁଏ  ଛିଡା l (10)


ତାକୁ ଗାଡ଼ିରେ ଲଦିକରି ଯେ 

               ବିକ୍ରି କରାହେଉଛି,

ଅନ୍ୟ ଦେଶକୁ ରପ୍ତାନି କଲେ 

               ଦର ବୃଦ୍ଧି ପାଉଛି l (11)


ସବୁରି ଘରେ ରହୁଛି ସିଏ

              ସଭିଏଁ ତାକୁ ଜାଣ,

ଯିଏ ନ' କହି ପାରିବ ପିଲେ 

              ତାହାର ବିଦ୍ୟାରାଣ l (12)



Rate this content
Log in