କାହାକୁ ସୁନ୍ଦର କିଏ
କାହାକୁ ସୁନ୍ଦର କିଏ
ଆକାଶକୁ ଜହ୍ନ କିଆରୀକୁ ଧାନ
ଦେଉଳ ସୁନ୍ଦର ଦିଅଁ
ସାଆରଙ୍କୁ ବେତ ନାଉରୀକୁ କାତ
ନଈକୁ ସୁନ୍ଦର ସୁଅ |
ପୂଜାକୁ ଦୀପାଳି ମନ୍ଦିରକୁ ମାଳୀ
ଗଛକୁ ସୁନ୍ଦର ଫଳ
କୋଳକୁ ବାଳୁତ ଚାଟ ମୁଖେ ପାଠ
ପୋଖରୀ ସୁନ୍ଦର ଜଳ |
ସଙ୍ଗୀତକୁ ସ୍ୱର କନିଆକୁ ବର
ପକ୍ଷୀକୁ ସୁନ୍ଦର ପର
ଘରକୁ ଘରଣୀ ହାଣ୍ଡିକୁ ଘୋଡଣୀ
ବଗିଚା ସୁନ୍ଦର ଫୁଲ |
କୁଟୁମ୍ବକୁ ଭାତ ଗ୍ରାମେ ପଞ୍ଚାୟତ
ରାଜ୍ୟକୁ ସୁନ୍ଦର ରାଜା
ଅତ୍ୟନ୍ତ ସୁନ୍ଦର ନିର୍ମଳ ଶାସନ
ଭଲ ପାଳୁଥିଲେ ପ୍ରଜା |
ମେଘକୁ ବିଜୁଳି ସଭା ମଧ୍ୟେ ତାଳି
ଘରକୁ ଯେ ପରିବାର
ଦୁନିଆ ସୁନ୍ଦର ଥିଲେ ଆମ ମନେ
ସ୍ନେହ ଶ୍ରଦ୍ଧା ଆପଣାର |
ଜେଜେଙ୍କୁ ସୁନ୍ଦର ବଂକୁଲି ବାଡ଼ି
ଅଫିସରଙ୍କୁ ଯେ ଗାଡି
ସୁନ୍ଦର ଆମ ଜୀବନ ହୋଇବ
ଥିଲେ ଭଲ କାମ କରି ||
