STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

କାହାକୁ କରିବି ଆଶ୍ରା

କାହାକୁ କରିବି ଆଶ୍ରା

1 min
445


ପ୍ରଭୁ ହେ, ତୁମ ଚକା ଆଖି ସବୁ ଦେଖେ ପରା

ତୁମେ ମହାବାହୁ ‌ଦୁ଼ଃଖ ପାସୋରା

ହେ ଦୁଃଖ ପାସୋରା, ପ୍ରଭୁ ହେ ।


ନାମ ବହିଅଛ ପତିତପାବନ

ମୋ ଦୁଃଖ କୁ ତୁମେ ଦେଖିକି ପାରୁନ

ଆତଙ୍ଗ ନାଶନ ହେ ରମା ରମଣ

କାହିଁକି ବସିଛ ହୋଇଣ ମଉନ

ଆଉ, କାହାକୁ କରିବି ଆଶରା, ପ୍ରଭୁ ହେ ।


ଅପ୍ରମିତ ଦୁଃଖ ମୋର ୟେ ଶ୍ରୀମୁଖ

ଶ୍ରବଣେ ଅକ୍ଷମ କିଅବା ବିମୁଖ

ମୋ ଆରତ ବନ ଦୁଃଖ ଦାବାନଳେ

ଜଳି ଜଳି ମୋତେ କଲାଣି ନୀରେଖ

ତୁମେ, ମୋ ପାଇଁ ହେଲକି ବଧିରା,ପ୍ରଭୁ ହେ । 


ଶୁଣିଛି ଶୁଣିଛ ଅନେକଙ୍କ ଦୁଃଖ

ଗିରିବର ଧାରୀ ଛେଦିଛ ଆତଙ୍କ

ବନରେ ମୃଗୁଣୀ, ଜଳେ ଗଜ ଡାକ

ସଭାରେ ଦ୍ରୌପଦୀ, ପ୍ରହଲ୍ଲାଦ, ଧ୍ରୁବ

ବ୍ରଜ, ବସନ୍ତ ନନ୍ଦ ର ବଳା,ପ୍ରଭୁ ହେ ।


ଦୀନବନ୍ଧୁ ଦୀନ କଦନ ଶ୍ରବଣ

କର ବାରେ ଆର୍ତ୍ତୀ ଆରତ ଭଂଜନ

ପ୍ରଭୁ ନୀଳଗିରି ଚରଣେ ଶରଣ

କରୁଛି ଦଇନି ଯୋଡି ବେନି ପାଣି

ଧନ, ମୋ ଦୁଃଖ ତୁମକୁ ଲାଗିଲା,ପ୍ରଭୁ ହେ ।


Rate this content
Log in

Similar oriya poem from Thriller