Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Children

3.0  

Sadananda Sahoo

Inspirational Children

କାଗଜଡଙ୍ଗା

କାଗଜଡଙ୍ଗା

1 min
367


କାଗଜ ଡଙ୍ଗାର କେତେବା ଆୟୁଷ

ବୁଝି ମୁଁ ପାରୁଛି ଏବେ ;

ବରଷା ଟୋପାରେ ଭିଜି ଲୀନ ହୁଏ

ସତ୍ତା ତା'ର ଅନୁଭବେ  !!


ମୋ' ହାତ ତିଆରି ଛୋଟ କାରିଗରୀ

 କାଗଜ ନିର୍ମିତ ନାଆ. ;

ବରଷା ପାଣିରେ ଭାସିଭାସି ଯାଏ

 ଗାଇ ଗାଇ ମୋର ନାଆଁ !! 


ଚପଳ ବୟସେ ସାଙ୍ଗ ସାଥୀ ମେଳେ

 ଗାଆଁ ଦାଣ୍ଡେ ଭିଡ ଜମେ ;

କାହା ଡଙ୍ଗା ଆଗେ କାହା ଡଙ୍ଗା ପଛେ

ସଭିଏଁ ପଡନ୍ତି ଭ୍ରମେ   !! 


ସ୍ମୃତିଚାରଣର ଏ ମହା ଅନୁଭବ

ମନେ ଆଣେ ପ୍ରଶ୍ନବାଚୀ ;

ଚପଳ ବୟସେ ଥିଲି ମୁଁ କୁଶଳେ

ନୌକାବାହି ପ୍ରତିଯୋଗୀ  !! 


ଓଡ଼ିଆ ସଂସ୍କୃତି ବିଭବର ଛବି

ନୌକା ସଙ୍ଗେ ଅଙ୍ଗାଅଙ୍ଗି ;

ସାଧବ ପୁଅର ବଣିଜ ବେପାର

ଦରିଆ ପାରିରେ. ଭାଗୀ !! 


ଉତ୍କଳ ମାହାତ୍ମ୍ୟ ସାଧବ ବଣିକ

ବୋଇତ ବନ୍ଦାଣ ପର୍ବ ; 

କାର୍ତ୍ତିକ ପୂର୍ଣ୍ଣିମା ପରବ ସଂହିତା

ଅନୁଭୂତ ହୁଏ ଗର୍ବ   !! 


ସ୍ନେହ ସଦିଚ୍ଛାର କରୁଣା ଅପାର

ସ୍ମୃତିର ବାହକ ଡଙ୍ଗା;

ଟଳମଳ ହୋଇ ବୁଡ଼ିଯିବୁ ନାହିଁ

ମନରେ ନ ଆସୁ ଶଙ୍କା  !!


ପୂରୁବ ଗୌରବ ପୂରୁବ ମହିମା

ଉଦ୍ଭାସିତ ହେଉ ସଦା ;

ଯଶ ମାନ ରଖି ସାଜିବା ନାଉରୀ

 ଅଚିରେ ପାଳିବା ପ୍ରଥା  !! 


ସଫେଦ ନରମ ମୋ' ଡଙ୍ଗା କାଗଜ

ଭିଜି ଯାଉ ପଛେ ନୀରେ ;

ବହୁଦୂର ଯାଉ ସିଂଘଳ ଦୀପକୁ

 ଇତିହାସ ରଚୁ ବାରେ  !!



Rate this content
Log in