STORYMIRROR

Chaturbhuja Sahoo

Inspirational

4  

Chaturbhuja Sahoo

Inspirational

କାଗଜଡଙ୍ଗା : ବିଶ୍ବ ଶାନ୍ତି?

କାଗଜଡଙ୍ଗା : ବିଶ୍ବ ଶାନ୍ତି?

1 min
400


ବଢିପାଣି ସୁଏ ପତର ପରାଏ

ସମୟ ସୁଅରେ ମଣିଷ ଆଜି

କାଗଜଡଙ୍ଗାତୁ କହ କାହାପାଇଁ

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୧।


ମନ ଠାରୁ ପ୍ରାଣ ଦେହୁ ବିଦେହ

କପଟୀ ମଣିଷ ସନ୍ଦେହୀ ସାଜି

ଦେଶଦେଶ ମଧ୍ଯେ ଶୀତଳଯୁଦ୍ଧ

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୨।


ମଣିଷ ହରାଏ ମାନବିକତା

ସ୍ବାର୍ଥନ୍ବେଷୀ ହୋଇ ସ୍ବାର୍ଥରେ ମଜ୍ଜି

କ୍ଷମତା ଯୁଦ୍ଧରେ ହୋଇଛି ଅନ୍ଧ

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୩।


ରାଜନୀତି ଭାଙ୍ଗେ ରାଜିନାମାକୁ

ବିବକ ପଣିଆ ବିଲକ୍ଷ ଭାଜି 

କଳିର କରାଳ ଛାୟାରେ ନର

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୪।


ଗୋଳା ବାରୁଦର ଉଠୁଛି ଧୂଆଁ

ଶୁଭେ ପ୍ରଳୟ ଯୁଦ୍ଧ ନାରାବାଜି 

ପଙ୍ଗୁ ଅଥର୍ବ ମିଳିତ ଜାତିସଂଘ

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୫।


ବରଷା ନାହିଁ ମେଘ ମାଳମାଳ

କାଗଜ ଡଙ୍ଗା ପାରୁନି ଗରଜି

ମଣିଷେ ନାହିଁ ମଣିଷ ପଣିଆ

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୬।


ଲୋଡାନାହିଁ ଆଉ ସମ୍ପର୍କ ମାନ

ସ୍ବାର୍ଥୀ ବଞ୍ଚେ ଏଠି ଶାନ୍ତି ବରଜି

ଘର ବାହାର ସବୁଠାରେ ଯୁଦ୍ଧ

ବିଶ୍ବ ଶାନ୍ତି ଆଜି ଯାଇଛି ହଜି ।।୭।




Rate this content
Log in

Similar oriya poem from Inspirational