STORYMIRROR

Debadatta Jena

Classics

4  

Debadatta Jena

Classics

କାଗଜ ଡ଼ଙ୍ଗା...

କାଗଜ ଡ଼ଙ୍ଗା...

1 min
400


ତୁମ ମନଟା କାଗଜ ଡ଼ଙ୍ଗା ପରି, 

କେବେ ଏ କୂଳରେ,କେବେ ସେ କୂଳରେ, 

କେବେ ଅମାନିଆ ନାଆ ପରି, 

ଜୀବନ ନୌକା, ଶୈବାଳ ସାଗରେ 

ସ୍ବପ୍ନ ସାଗରର,ସେ ଗାଁଆଁ ପରି, 

କେବେ ହେଲେ ସାହା, ଜୀବନରେ ରାହା, 

ଝଡ଼ କି ବତାସ ପାରି ହେଇ ଯିବ ଛାଁ ପରି, 

ତୁମ ମନଟା କାଗଜର ନାଆ ପରି..!

ସେଇ ବରଷା ଅଛି, ସେ ଭରସା ଅଛି, 

ଆଶାର ଆଷାଢ଼ ଧାରା ପରି, 

ତୁମେ ମନ ଆକାଶରେ ମେଘ ପରି, 

କେବେ ମାଟି ମୂଲ, କେବେ ମାଟି ମୋହ, 

ଛୁଇଁବ ମମତା ଡୋର ଧରି, 

ହେଲେ ସେ ଡୋରରେ,ଜୁ ନାହିଁ ବୋଧେ, 

ସେ ମୋହରେ ତୁମ ଛୁଆଁ ନାହିଁ, 

ତୁମେ କି ଝରୁଛ ଉଷ୍ଣ ପ୍ରସ୍ରବଣ ହୋଇ, 

ଝରିବାରେ ତୁମ ସ୍ପୃହା ନାହିଁ, 

ତୁମ ମନଟା ପବନର ବାଆ ପରି..!

ଭାସୁ ଥିଲେ ଯେବେ,କାଗଜ ଡ଼ଙ୍ଗାରେ, 

ସେ ଡଙ୍ଗାରେ ଏବେ ନାଆଁ କାହିଁ..? 

ସେ ଧନ କୁବେର,ଶୂନ୍ୟ ଶୂନ୍ୟ ଲାଗେ, 

ଏବେ ଦରିଆ ପାରିରୁ ଫେରେ ନାହିଁ, 

ଯାଉ ଥିଲେ ଦିନେ ରତ୍ନାକର ସାଜି 

ଆଉ ସେ ସାଧବ ସାଜୁ ନାହିଁ, 

ଏବେ ଭାସୁଛି ଦଦରା ନାଆ ପରି 

ବନ୍ଦିବ କି ତୁମେ ଆସି ଫେରି..? 

ତୁମ ମନଟା ସୋଲର ନାଆ ପରି, 

ତୁମେ ଆସିବ କି ଏବେ ସେ ନାଆ ଧରି, 

ସେ ସ୍ମୃତି ଉଜାଗରେ ଛବି ଆଙ୍କି ତୁମେ, 

ସାଜିବ ସେ ସ୍ମୃତି ସତେ ପୁଣି, 

ସାଜିଲେ ଲାଲ୍ ଟୁକୁଟୁକୁ ସାଧବାଣୀ, 

ମନ ମରୀଚିକା, ଖୋଜୁଛି ଶ୍ରାବଣ, 

ଜୀବନ ଭଉଁରୀ,ତୁମେ ଥଳ ପରି..!

ବରଷା ଫେରୁଚି, ଶ୍ରାବଣ ଫେରୁଛି, 

ତୁମେ ଫେରୁ ନାହଁ, ସୁନା ପରୀ, 

ଚାହିଁଛି ସୁମାତ୍ରା, ଜାଭା ଦ୍ବୀପ ପୁଣି 

ସାଜିବ ବୋଇତ ବାଲି ଦ୍ବୀପୁ ଫେରି, 

ସେ ବରଷା ଧାରା ହଜିଛି ଶ୍ରାବଣେ, 

ଏ କାର୍ତ୍ତିକରେ ତୁମେ ଆସ ଫେରି..!

ପାନ ଗୁଆ ଥୋଇ, ଆ କା ମା ବୈ, 

ଭାସି ଭାସି ଯିବା ସେ ବୋଇତ ନେଇ

ଆଜି ସେ ଧରମ, କରମ ଖୋଜୁଚି 

ସେ ବୋଇତେ ତୁମେ ସାଜିବ କି..?

ସେ ନାଆ ଲାଗିବ ନୂଆ ପରି..!

ପୁରୁଣା ସେ ସ୍ମୃତି, ଅଫେରା ଲାଗୁଛି, 

ସେ କଥା କି ଏବେ ମନେ ନାହିଁ..? 

ଭାସୁ ଥିଲେ ଦିନେ କାଗଜ ଡଙ୍ଗାରେ 

ସେ କାଗଜ ଡ଼ଙ୍ଗା ଭାସେ କାହିଁ..? 

ତୁମେ ମାଗୁଥିବା ସୋଲର ତରୀରେ 

ସାଜି ବୋଇତର ତୁମେ କା'ପରି, 

ତୁମ ମନ ସାଗରର ନାଆ ପରି, 

କେବେ ଜୁଆରରେ, କେବେ ଲହରୀରେ 

ସାତ ଦରିଆର ସ୍ମୃତି ପରି..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics