କାଗଜ ଡଙ୍ଗା
କାଗଜ ଡଙ୍ଗା
ଗାଁ ଧୂଳି ଖେଳ ଗାଁ ଗଛ ମୂଳ
ସୁନ୍ଦର୍ ଦିଶଇ ନଈ
ବରଗଛ ମୂଳେ ଧୋଲି ଖେଳୁ ଖେଳୁ
ବରଷା ଆସଇ ଧାଇଁ ।
ସାଙ୍ଗ ସାଥି ମେଳ ହୋଇଣ ପାଗଳ
ଦୁଲି ଝୁଲା ହେଲା ବେଳ
ଏତିକି ସମୟେ ହୋଇଲା ବରଷା
ଧୋଇ ନେଲା ସବୁ ଖେଳ ।
କାଗଜ ର ଡଙ୍ଗା ଭାଷୀ ଯେ ଆସିଲା
ଉପରୁ ତଳ ଯେ ପଟେ
ଯେତେ ଥିଲୁ ସାଙ୍ଗ ଭାଳେଣି ପଡ଼ିଲା
ଧରିବା ଚାଲ ସମସ୍ତେ ।
କେମିତି ଢଙ୍ଗରେ କିଏ ସେ ଗଢିଛି
ଜଣା ପଡୁ ନାହିଁ ଜମା
ଡଙ୍ଗା କୁ ଧରି ଣ ଆସିଲୁ ସମସ୍ତେ
କହି ଦିଅ ଟିକେ ଜେଜେ ମା ।
ଜେଜେ ମା ଆମର କେତେ ଯତ୍ନରେ
ଗଢି ଦେଲେ ନୂଆ ଡଙ୍ଗା
ବର୍ଷା ଗଲା ଛାଡି ପାଣି ଆସୁ ଅଛି ମାଡ଼ି
ଉପର ମୁଣ୍ଡରେ ଦେଲୁ ଛାଡି ଡଙ୍ଗା ।
ଡଙ୍ଗା ପଛେ ପଛେ ଗୋଡ଼ାଇ ଗୋଡ଼ାଇ
ଧାଇଲୁ ପଛରେ ତାର
ଭାଷୀ ଭାଷୀ ଆସି ପହଁଚିଲା ତଳେ
ସମସ୍ତଙ୍କ ଥାଏ ନଜର ।
ଡଙ୍ଗା ଗଲା ବୁଡି ଅଧା ବାଟ ଟା ରେ
ନଜର ଗଲା ଟି ହଟି
ଝିପି ଝିପି ପର୍ଷା ଓଦା କରି ଦେଲା
ଉପରେ ପଡ଼ିଲା ମାଟି ।
ରଡ଼ି ରଡ଼ି କାନ୍ଦେ ଭଉଣୀ ମୋହର
କାଗଜ ଡଙ୍ଗା ଗଲା ଯେ ବୁଡି
ଯେ ଯେ ମା ଆମର ଆସିଲେ ପୁଣି ଯେ
ନୂଆ ଡଙ୍ଗା ଦେଲେ ଗଢି ।
