STORYMIRROR

Basanti Pattnaik

Romance

3  

Basanti Pattnaik

Romance

କାବ୍ୟ ନାୟିକା

କାବ୍ୟ ନାୟିକା

1 min
228

   ତୁମ ଉପନ୍ୟାସର ମୁଁ ନାୟିକା

   ତୁମ କଳନାର ମୁଁ ଅନୁପମା

   ତୁମ ଆକାଶର ମୁଁ ଭସାବାଦଲ

   ତୁମେ ବିଜୁଳି ତ ମୁଁ ବର୍ଷାର ଧାର

   ତୁମ ଅନ୍ଧାରର ମୁଁ ଆଲୋକ ମାଳା

   ଢାଳି ଥାଏ ଜୀବନରେ ଆଲୋକ ଧାରା

   ତୁମ ହୃଦୟର ମୁଁ ଶ୍ଵାସ କ୍ରିୟା

    ଜୀବନେ ଭରିଦିଅ ପ୍ରେମର ଦିୟା

   ତୁମେ ମଳୟ ତ ମୁଁ ସୁଗନ୍ଧା

    ଚ‌ଉଦିଗେ ଚହଟେ ମୋହ‌ବାସନା

   ତୁମେ ଭ୍ରମର ତ ମୁଁ ଅଟେ ଫୁଲ

    ମତୁଆଲା ପ୍ରେମିକ ଖୁସିର ବୁଲ

   ତୁମ ଉପନ୍ୟାସ ମୋ କଥା କହେ

    ତୁମ ସଫଳତାର ଶ୍ରେୟ ନିଜକୁ ଦିଏ ।



Rate this content
Log in

Similar oriya poem from Romance