STORYMIRROR

linki barik

Inspirational Others

4  

linki barik

Inspirational Others

"କାବ୍ୟ ନାୟିକା"

"କାବ୍ୟ ନାୟିକା"

1 min
340

ଖାମିଦ ସଭାରେ ରମ୍ଭା ମେନକା

ରାଜ ଉଆସେ ସେ ରାଜଜେମା,

ପରା ପ୍ରକୃତିର ଅନନ୍ୟ ଉପମା

ବିବର୍ଣ୍ଣା ବର୍ଣ୍ଣ ସେ ଅପରୂପା।


ପ୍ରାଣେ ଉତ୍ଫୁଲ୍ଲିତ ଗିରି ଶୀଖରୀ

ମନୁଚିତ୍ତର ସେ ଆଶା ଅସୁମାରୀ,

ଚତୁର୍ଦିଗର ସେ ମଙ୍ଗଳକାରୀ

ଅନ୍ତଃକରଣେ ସେ ସ୍ବପ୍ନସୁନ୍ଦରୀ।


କେଉଁ ବାରିଧିର ମତ୍ସକନ୍ୟା

କେଉଁ ଦରଦୀର ସ୍ୱାଛନ୍ଦ୍ୟବନ୍ୟା,

ହୃଦ ମନ୍ଦିରେ ସେ ଜୀବନ୍ତ ଲଳନା

ପରମ ରୂପବତୀ ସେ ତିଳୋତ୍ତମା।


ନୀରବ ତନୁ ତା ଚନ୍ଦ୍ରବଦନ

ଦର୍ଶନେ ହୁଏ ଚାଞ୍ଚଲ୍ୟ ମନ,

ଚିତ୍ର ତା ଅତୀବ ଅପ୍ରତିମ

ଚକ୍ଷୁଚମକ ସୂର୍ଯ୍ୟ ଜ୍ୟୋତି ସମ।


ଅକିଞ୍ଚନେ ସେ ଲବ୍ଧଜ୍ଞାନ

ମରୁବାଡେ ସେ ସାଗର ମନ୍ଥନ,

ଉଦ୍ଵିଗ୍ନ ତ୍ୱରାରେ ହନନ ପ୍ରଶମନ

ଦର୍ଶନେ ହର୍ଷ ବିଭୋର ମନ।


ଶୂନ୍ୟ ସ୍ପନ୍ଦନେ ସେ ଅଭିସାରିକା

ଅଚିହ୍ନା ଆମଯେ ସେ ମାଳବିକା,

ପ୍ରାଣଧାରଣେ ପଥ ଅଙ୍କାବଙ୍କା

ଲାଭେଚ୍ଛା ମନେ ସେ ଅଭିଲିପ୍ସା,

ଅଫୁଟା ପ୍ରସୂନର ସେ କୁଣ୍ଡରୀକା

ଦୁଯେ ନିଭୃତ କବିର କାବ୍ୟ ନାୟିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational