STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କାବ୍ୟ ନାୟୀକା ତୁମେ !

କାବ୍ୟ ନାୟୀକା ତୁମେ !

1 min
295

ଅନାବନା ଜୀବନରେ ମୋର ତୁମେ କେବଳ ତୁମେ !

ତୁମେ ପୂର୍ଣ୍ଣମୀ ରାତିର ଚନ୍ଦ୍ରମା ଆଗୋ, ମୁଁ ଯେ ଅମା ଅନ୍ଧାର କାଳ ରାତି

ତୁମେ ସପ୍ନ ବାଉଳା ମିଠା ମିଠା ନିଦ, ମୁଁ ଯେ ଦୁଃସପ୍ନ କାଳ ବଇଶାଖି

ତୁମେ ତୃପ୍ତିର ଏକ ଅବ୍ୟକ୍ତ ଉଲ୍ଲାସ , ମୁଁ ଯେ ପ୍ରତୀକ୍ଷାର ପ୍ରତିରୂପ,

କାଳ କାଳ ତୁମେ ଚିର ଇପ୍ସିତା ମୁଁ ଯେ ତାପସର ଅଭିଶାପ

ତୁମେ କଳ କଳ ନାଦେ ଭରା ନଦୀ ଟିଏ, ମୁଁ ଯେ ମରୁଭୂମୀ ମୃଗତୃଷ୍ଣା,

ତୁମେ ତ କଳ୍ପନା ଖିଆଲି ନାୟୀକା, ମୁଁ ଯେ ବିସ୍ତୃତ ଅନାବନା

ଚିତ୍ରକରର କଳ୍ପନା ତୁମେ, କବିର ଖିଆଲି ମନ..

ମୁଁ ଯେ ନାଟକର ଖଳ ନାୟକ ମୋ ପାଇଁ ଅନେକ ପ୍ରଶ୍ନର ଚିହ୍ନ.

କାଳ କାଳ ତୁମେ କାମ୍ୟ କାମିନୀ, ପତିଙ୍କ ମନର ଭୂମ..

ଅପ୍ରାପ୍ତିର ଏହି ଅଗ୍ନିରେ କିଆଁ ହୃଦୟ ଦହୁଛ ମମ..

ପୂର୍ଣ୍ଣମୀ ଜୋସ୍ନା ଅମାବାସ୍ୟା ଅମା ଆସୁଥବ ଆଗପଛ

ପ୍ରାପ୍ତି ଅପ୍ରାପ୍ତି କାମ୍ୟ ବା ରମ୍ୟ, ନୁହେଁ ଜୀବନରେ ମିଛ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics