କୄଷକ
କୄଷକ
ଅକ୍ଷୟତୄତୀୟାରେ ଅନ୍ନପୂର୍ଣ୍ଣାଙ୍କୁ ସ୍ମରଣ କରି
ଅଜସ୍ର ଅନୁରାଗରେ
ଅନ୍ନର ଆଦ୍ୟ ବୀଜ
ଅକ୍ଷିମୁଠି ବୁଣିଥାଏ
ବିଲର ଛାତିରେ ।
ଖରା ବର୍ଷା ଶୀତ
ସଭିଙ୍କୁ ମିତ କରି
ଦୁଃଖ ଯନ୍ତ୍ରଣା କୁ
କୋଲପ ମାରି ହୄଦୟରେ
କଷ୍ଟକୁ ପିଠି ପଛରେ ପକେଇ
ଅହରହ ଖଟୁଥାଏ କ୍ଷେତରେ ।
କଅଁଳ ଧାନ ଗଛ
ଖିଲି ଖିଲି ହସୁଥିଲା ବେଳେ
ତାକୁ ଦିଶେ
ମାଆର ସାଗୁଆ ପଣତ ।
ଧାନ ପାଚିଲେ
ସେ ଦେଖେ ସୁନାର କ୍ଷେତ
ଅନୁଭବେ ଐଶ୍ୱର୍ଯ୍ୟ ର ଗନ୍ତାଘର ।
ତା ମୁହଁରେ ମୁହାଣେ ହସ
ହୄଦୟରେ ଅସରନ୍ତି ଉନ୍ମାଦନା
ଆତ୍ମସ୍ଥ ହୁଏ ଦୁନିଆର ସବୁ ଯାକ ସୁଖ ।
ଭୋକିଲା ର ଭୋକ ନିବାରଣ ପାଇଁ
ଦୁନିଆ କୁ ଦାନା ଦିଏ ।
ସମସ୍ତଙ୍କ ମୁହଁରେ ହସ ଖେଳାଏ
ନିଜର ଗୁଜୁରାଣ ମେଣ୍ଟାଏ ।
ଆତ୍ମସନ୍ତୋଷ ର ଚାବିକାଠି
ଅଣ୍ଟିରେ ଖୁସି
ଶାନ୍ତିରେ ଜୀବନ ଜିଏଁ ।