Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Antaryami Sahu

Inspirational

3.9  

Antaryami Sahu

Inspirational

ଜୟଜଗନ୍ନାଥ

ଜୟଜଗନ୍ନାଥ

1 min
262



ଜୟ ଜଗନ୍ନାଥ   ଜଗତର ନାଥ

  ଦୀନଜନ ରକ୍ଷାକାରି,

ଜୟ ଯଦୁପତି   ଅଗତିର ଗତି

  କେଶୀ କଂସାସୁରହାରି । ୧।

ଜୟହେ ମୁରାରୀ   ଦୀନଦୁଃଖି ହାରି

   ସଂସାର ପାଳନ କାରି,

ଜୟ ହେ ଯାଦବ   ଜୟ ହେମାଧବ

   ପୂତନା ମୋକ୍ଷଣକାରି । ୨।

ଯଶୋଦା ନନ୍ଦନ   ରାଧା ପ୍ରାଣଧନ

  ଗୋପଗୋପୀ ମନୋହାରି,

ଭକତ ବତ୍ସଳ   ଆହେଆଦିମୂଳ

  ତ୍ରିତାପ ନାଶନ କାରି । ୩।

ଆହେ ଦୀନବନ୍ଧୁ   ଗୋପୀ କୁଳଇନ୍ଦୁ

  ଅଘାବକାସୁର ହାରି ,

ଆହେ ବ୍ରଜବନ୍ଧୁ    କୃପାବାରି ସିନ୍ଧୁ

  ରମା ରମଣ ବିହାରୀ ।୪।

ମୁଁହୀନ ପତିତ     ଅଧମ କୁତ୍ସିତ

  ଅପରାଧି ଦୂରାଚାରି,

ତବ ନାମଗାଇ   ଦିନ ନେବି ବାହି 

  ଦିଅ ହେ କରୁଣା ବାରି । ୫ ।

ହେ ମୂରଳୀଧାରି   କର ଭବୁପାରି

   ଦେଇ ତୁମ୍ଭ କୃପାବାରି,

ଦିଅ ତୁମ୍ଭ ନାମ    ହେ କରୁଣା ପ୍ରେମ

   ରାଧାରମଣ ବିହାରୀ ।୬।

                



Rate this content
Log in