Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ଜୟ ଯବାନ ଜୟ କିସାନ

ଜୟ ଯବାନ ଜୟ କିସାନ

1 min
490



ଜୟ ଯବାନ ଜୟ କିସାନ କୁହରେ ଭାଇ,

ଦୁହିଁଙ୍କର ଜନ୍ମ ଦେଶ ରକ୍ଷା ପାଇଁ ।


ଜଣେ ହେଲେ ଆମ ଦେଶ ସୈନିକ

ଦେଶ ପାଇଁ ହାତେ ଧରିଲେ ବନ୍ଧୁକ ।


ଜଣେ ହେଲେ ଆମ ଦେଶ କୃଷକ

ଶ୍ରମ ଦେଇ ଚାଷ କଲେ ଜୀବନ ଯାକ ।


ଜୟ ଯବାନ ଜୟ କିସାନ ଆମେ କହିବା

ଦୁହିଁ ଙ୍କ ର ଆମେ ମାନ ରଖିବା ।


ଆମ ଦେଶ ସୀମାରେ ଜଣେ ରହିଲେ

ଦେଶ ପାଇଁ ସବୁ ତ ତ୍ୟାଗ କରିଲେ ।


ଆଉ ଜଣେ ଖାଦ୍ୟ ଯୋଗାଇ ଦେଲେ

ଖରା ବର୍ଷା ଶୀତ ସବୁ ସହିଲେ ।


ଜୟ ଯବାନ ଜୟ କିସାନ ସଭିଏଁ ଗାଅ

ଦୁଇ ବୀର ଙ୍କର ନାମ କୁ ନିଅ ।


ନିଜ ଜୀବନ ସେ ବାଜି ଲଗାଇ

ମାଟି ମାକୁ ଜଣେ ନେଲେ କୋଳେଇ ।


ମାଟି ମା ସାଥେ ନୀତି ଜଣେ ରହିଲେ

ସଭିଙ୍କ ମୁହଁ ରେ ସେ ଆହାର ଦେଲେ।


ଜୟ ଯବାନ ଜୟ କିସାନ ସଭିଏଁ କୁହ

ଦୁହିଁ ଙ୍କ ସାଥି ରେ ସଭିଏଁ ରୁହ ।


ଦେଶ ହିତ ପାଇଁ ଜଣେ କାମ କରିଲେ

ଶତ୍ରୁ ସାଥେ ଲଢ଼ି ଧ୍ଵଜା ଉଡାଇଲେ ।


ହାତେ ହଳ ଧରି ଜଣେ କଷ୍ଟ ସହିଲେ

ଅନ୍ନ ଦାତା ସେହି ଆମର ହେଲେ ।


ଜୟ ଯବାନ ଜୟ କିସାନ ନାରା ଲଗାଅ

ଦୁଇ ବୀରଙ୍କୁ କେବେ ଭୁଲି ନ ଯାଅ ।


Rate this content
Log in

Similar oriya poem from Inspirational