Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଜୟ ଶ୍ରୀରାମ

ଜୟ ଶ୍ରୀରାମ

1 min
208



ରାମ ରାମ କହୁଛି ଶୁଆ

ରାମ ରାମ ଗାଉଛି ଶାରୀ

ରାମ ମହାମନ୍ତ୍ର ଭବର ନଉକା

ଜପ ରାମ ରାମ ହୋଇବ ପାରି ।


ରାମ ନାମ ଅଟେ ଜୀବନ

ରାମ ଶକ୍ତି ରାମ ସଂଗ୍ରାମ

ରାମ ନାମେ ହୁଏ ସତ୍ୟର ବିଜୟ

ରାମ ନାମେ ଯାଏ ମରଣ ଡରି ।

ଜପ ରାମ ନାମ-----


ରାମ ରାଜା ପୁରୁଷୋତ୍ତମ

ରାମ ଶ୍ରେଷ୍ଠ ରାମ ମହାନ

ଦୁର୍ବାଦଳ ଶ୍ୟାମ ରାମ ମନୋରମ

ରାମ ରଘୁକୁଳ ସୂର୍ଯ୍ୟ ପରି ।

ଜପ ରାମ ନାମ-----


ରାମ ତ୍ୟାଗ ତପସ୍ୟା ଧର୍ମ

ରାମ ସତ୍ୟ ପ୍ରିୟ ବଚନ

ରାମ ଅନୁପମ ରାଜୀବ ଲୋଚନ

ରାମଙ୍କ ହୃଦୟ ଫୁଲଠୁ ବଳି ।

ଜପ ରାମ ନାମ-----


ରାମ ରାମ ଜୟ ଶ୍ରୀ ରାମ

ରାମ ଭଦ୍ର ଶ୍ରୀ ଅଭିରାମ

ବନ୍ଦେ ରାମଚନ୍ଦ୍ର ଲୋକ ଅଧିପତି

ରାମ ନାମ ହେଉ ଜପାମାଳି ।

ଜପ ରାମ ନାମ-----

  ----+----



Rate this content
Log in

Similar oriya poem from Inspirational