ଜୟ ପ୍ରଭୁ ଶ୍ରୀରାମ
ଜୟ ପ୍ରଭୁ ଶ୍ରୀରାମ
ଜୟ ପ୍ରଭୁ ଶ୍ରୀରାମ
===========
ଜୟ ଜୟ ଜୟ ରାମ
ଶ୍ୟାମ କଳେବର l
ହସ୍ତରେ କୋଦଣ୍ଡ ତବକଟିରେ ତୁଣୀର ll
ମୁନି ଜନ ମନୋହାରୀ ନୟନାଭିରାମ l
ପିତୃସତ୍ୟେ ବନଗଲ
ବିଧିହେଲା ବାମ ll
ଜୟ ଜୟ ଜୟ ରାମ
କରୁଣା ନିଧାନ l
ମୁକତି ଲଭିଲା ହସ୍ତେ
ଦୁଷ୍ଟ ଦଶାନନ ll
ଜୟଜୟ ଜୟରାମ
ରାଜୀବ ଲୋଚନ l
ଅରୁଣ ଲୋଚନ କଲ
ଦୁର୍ଗାଙ୍କୁ ଅର୍ପଣ ll
ଜୟ ଜୟ ଜୟ ରାମ
ଭବ ଦୁଃଖ ହର l
ସେତୁବନ୍ଧରେ ଥାପିଲ
ପ୍ରଭୁ ରାମେଶ୍ବର ll
ଜୟ ଜୟ ଜୟ ରାମ
ରଘୁ କୁଳ ଇନ୍ଦୁ l
ଦୀନ ଜନ ବନ୍ଧୁ ପ୍ରଭୁ
କରୁଣାର ସିନ୍ଧୁ ll
ଜୟ ଜୟ ଜୟ ରାମ
କୌଶଲ୍ୟା ନନ୍ଦନ l
ଜାନକୀ ନାୟକ ତବ
ଭକ୍ତ ହନୁମାନ ll
ଜୟ ଜୟ ଜୟ ରାମ
ଖର ଦୂଷଣାରୀ l
ପାପୀ ମାନେ ତରିଗଲେ
ତବ ନାମ ଧରି ll
ଜୟ ଜୟ ଜୟ ରାମ
ସର୍ଵ ଅନ୍ତର୍ଯ୍ୟାମୀ l
ନମାମି ନମାମି ରାମ
ନମାମି ନମାମି ll
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
