Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash Panigrahi dash

Classics

4  

Alhadini Panigrahi dash Panigrahi dash

Classics

ଜୟ ମାଆ କୁଷ୍ମାଣ୍ଡା

ଜୟ ମାଆ କୁଷ୍ମାଣ୍ଡା

1 min
235



ନବରାତ୍ର ର ଏ ଚତୁର୍ଥ ଦିବସେ

    କୁଷ୍ମାଣ୍ଡା ନାମ ବହି

ବ୍ୟାଘ୍ର ବାହନ ପୃଷ୍ଠ ରେ ତୁ ବସି

   ବିଜେ ମାଗୋ ମହାମାୟୀ ।


ଘୋର  ଅନ୍ଧକାରେ ବୁଡି ରହିଥିଲା

   ସୃଷ୍ଟି ର ନ ଥିଲା ନାଁ

ତୋ ହାସ୍ୟ ଜ୍ୟୋତି ର ତେଜ ବୁଣି ଦେଇ 

   କଲୁ ସୃଷ୍ଟି ସଂରଚନା ।


ଏ ବିଶ୍ବ ବ୍ରହ୍ମାଣ୍ଡ ତୋହରି ଭିଆଣ

   ତୁ ହିଁ ତ ଆଦି ମାତା

ତୁ ହିଁ ଆଦି ଶକ୍ତି  ତୁ ହିଁ ଗତି ମୁକ୍ତି 

    ତୁ ହିଁ ଆଦି ସ୍ବରୁପା ।


ଅଷ୍ଟ ଭୂଜେ ତୋର ଅସ୍ତ୍ର ଶସ୍ତ୍ର ଶୋହେ

  ସହ ପଦ୍ମ ,ଜପାମାଳି

ତୋ ସ୍ମିତ ହାସ୍ୟ ଶକ୍ତି ଦାନ କରେ

  ତେଜ ,ଶୌର୍ଯ୍ୟ ଦିଏ ବୋଳି ।


ଅଳ୍ପ ରେ ସନ୍ତୁଷ୍ଟ ହେଉ ତୁ ଗୋ ମାତ

   ଭକ୍ତ ରେ ଦେଉ ଆଶିଷ

ତୋର ଆଶିର୍ବାଦେ ସୁସ୍ଥତା ପ୍ରକାଶ

   ରୋଗ ,ଶୋକ ହୁଏ ନାଶ ।


ଏତିକି ବିନତୀ ମାଗୋ ଆଦି ଶକ୍ତି

   କରେ ଶ୍ରୀ ପାଦେ ତୁମ୍ଭରି

ସୁସ୍ଥ ରୁହନ୍ତୁ ମୋ ଦେଶ ଜନ ଗଣ

   ସୁଖ ସାଗରେ ପହଁରି ।



Rate this content
Log in

Similar oriya poem from Classics