Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Classics Others

4.0  

Sadananda Sahoo

Classics Others

ଜୟ ମାଆ ବୀଣାପାଣି

ଜୟ ମାଆ ବୀଣାପାଣି

1 min
231



ମାଆ ବୀଣାପାଣି ବାଣୀ ପ୍ରଦାୟିନୀ

   ବ୍ରହ୍ମାକନ୍ୟା ଶ୍ବେତାବର୍ଣ୍ଣା  ; 

ଆଜି ତୋର ତିଥି ବସନ୍ତ ପଞ୍ଚମୀ

    ଜ୍ଞାନଦେବୀ ସ୍ବୟଂପୂର୍ଣ୍ଣା  !!


ପୁସ୍ତକ ଧାରିଣୀ ହେ'ହଂସ ବାହିନୀ

    ରତ୍ନ ବିଭୁଷିତା ମାତା ;

କର୍ଣ୍ଣରେ କୁଣ୍ଡଳ ଗଜ ମୋତି ମାଳ

    ସିଗ୍ଧ ରୂପ ତୋର ଶ୍ବେତା !! 


ପଦ୍ମ ପଦ୍ମାଳୟା ପୁଷ୍ପା ସୁଶୋଭିତା

     କମଳିନୀ ସରସ୍ଵତୀ ; 

ଧନୀ ଗରିବର. ନାହିଁ ଭେଦଭାବ

    ସମର୍ପଣେ ସଦା ପ୍ରୀତି !!     


ମୂର୍ଖ ହୁଏ. ଜ୍ଞାନୀ ତୋ ଆଶିଷ ଲଭି

     ଆଦ୍ୟାଶକ୍ତି ବାଗ୍ଡଦେବୀ ;

ଅଜ୍ଞାନ ଅନ୍ଧାର କରୁତୁ ମା'ଦୂର

     ଭକ୍ତଜନ ଅନୁଭବି !! 


ତେଜ ସ୍ରୋତସ୍ବିନୀ  ମାଆ ସରସ୍ଵତୀ

     ମର୍ତ୍ତ୍ଯେ ଆସ ଅବତରି ;

ଜ୍ଞାନଋ ଆଲୋକ.ହେବ ବିଚ୍ଛୁରିତ

    ଦୁଃଖ ଯିବ ଅପସରି   !! 


ହେ ମାଆ ଶାରଦା ହେ'ମାଆ ବରୋଦା

    କୋଟି କୋଟି ପ୍ରଣିପାତ.;

ବିଦ୍ୟା ବୁଦ୍ଧି ଜ୍ଞାନ ତୋର ସମର୍ପଣ

    ଅକୁଣ୍ଠିତ ଦାନ ସତ !! 


ଚପଳ କୋମଳ ଶିଷ୍ୟ ଗୁରୁକୁଳ

   ତୋହରି ଆଶ୍ରିତ ସର୍ବେ ;

କଣ୍ଠେ ବିରାଜିତ ହେଉ ମାଆ ସତ୍ୟ

     ଭକତି ଆନନ୍ଦ ରବେ  !!


ହେ'ବିଦ୍ୟା ପ୍ରଦାୟିନୀ ଶୁଭ୍ରା ରୂପାୟିନୀ

     ଦେ'ମାଆ.ବୀଣା ବଜେଇ. ;

ତୋ'ସୁର ଝଂକାରେ ଜ୍ଞାନଋ ସନ୍ଧାନେ

     ଅଜ୍ଞାନ ଯିବ ଉଭେଇ. !! 


ଭିନ୍ନ ରୂପେ ମାତା ପାଉଚୁତୁ ପୂଜା

  ଲକ୍ଷ୍ମୀ କାଳୀ ଯୋଗମାୟା  ; 

ସରସ୍ଵତୀ ବେଶ ତୋର ସିଗ୍ଧ ରୂପ

  ସର୍ବେ ତୋ'ମାୟାରେ ବାୟା।।


Rate this content
Log in