ଜୟ ମାଆ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା
ଜୟ ମାଆ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା
ଜୟ ମାଆ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା
==============
ଜୟ ମାଆ ଅନ୍ନଦାତ୍ରୀ
ଜୟ ଅନ୍ନପୂର୍ଣ୍ଣା l
ଲୀଳା ତୋର ମାଆ କିଛି
କରିବି ବର୍ଣ୍ଣନା ll
କରୁଣା କରିବୁ ମାଆ
କୁଣ୍ଠିତ ନ ହେବୁ l
କୃପା ସାଗରୀ ମାଆଲୋ
କୃପା ରଖିଥିବୁ ll
ସାଗର ମନ୍ଥନୁ ମାଆ
ଉତପତି ହେଲୁ l
ବିଷ୍ଣୁଙ୍କ ସଙ୍ଗିନୀ ହୋଇ
ବୈକୁଣ୍ଠେ ବସିଲୁ ll
ବୈକୁଣ୍ଠ ବାସିନୀ ମାଆ
ସିନ୍ଧୁରାଜ ଜେମା l
ହରିପ୍ରିୟା ମହାମାୟା
ବିଷ୍ଣୁ ମନୋରମା ll
କ୍ଷୀରୋଦ ଜଳଧି ମଧ୍ୟେ
ବିଷ୍ଣୁଙ୍କ ଶୟନ l
ଚାପୁଥାନ୍ତି ମାଆ ମୋର
ପ୍ରଭୁଙ୍କ ଚରଣ ll
ଶୁଦ୍ଧ ସୁବର୍ଣ୍ଣ କାନ୍ତି ତୋ
ଜନ ମନ ମୋହେ l
ଶଙ୍ଖ ଚକ୍ର ମାଆ ବେନିଭୂଜେ
ଶୋଭା ପାଏ ll
ଶୁଭ୍ର ପଦ୍ମାସନୀ ମାଆ
ଶୁଭ ଜ୍ଞାନ ଦାୟୀ l
ଦୟା ହେଲେ ମାଆ
ତୋର
ଦୂରିତ ପଳାଇ ll
ତାରି ଦେଉ ପାପୀ ଜନେ
ମାଆ ପାପ ପଙ୍କୁ l
ପ୍ରତିପାଳୁ ନିତି ମାଆ
ଜଗତ ଜୀବଙ୍କୁ ll
ପଙ୍କଜ ବାସିନୀ ମାଆ
ଐଶ୍ୱର୍ଯ୍ୟ ଦାୟିନୀ l
ସ୍ତୁତି ତୋର ଶ୍ରୀସୁକ୍ତରେ
ନମଃ ନାରାୟଣୀ ll
ତୋ ଦୟାରୁ ମାତା ସର୍ଵ
ଐଶ୍ୱର୍ଯ୍ୟ ମିଳଇ l
ଅଜ୍ଞାନ ଅବିଦ୍ୟା ଦୈନ୍ୟ
ସର୍ଵ ଦୂରେ ଥାଇ ll
ହର ମା' ହର ମା' ଦୈନ୍ୟ
ଅଜ୍ଞାନ ମୋହର l
କରୁଣାମୟୀ ମାଆଙ୍କୁ
କୋଟି ନମସ୍କାର ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
