STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମା' ମଙ୍ଗଳା

ଜୟ ମା' ମଙ୍ଗଳା

1 min
325


ଜୟ ମା' ମଙ୍ଗଳା ମଙ୍ଗଳମୟୀ ଲୋ

      ବିଜେ କଲୁ ପ୍ରାଚୀ ତଟେ l

ପାତକ ହାରିଣୀ ଦେବୀ ମହାମାୟୀ

      ବାସ ତୋର ସର୍ଵ ଘଟେ ll

ଜଗତ ବନ୍ଦିନୀ ପର୍ବତ ନନ୍ଦିନୀ ମାଆ

            ବିଘ୍ନ ବିନାଶିନୀ l

ତୋତେ ସୁମରିଲେ ଦୂରେ ଯାଏ ଦୁଃଖ

      ଦୟାମୟୀ ପଦ୍ମାସନୀ ll

ତ୍ରିତାପ ହାରିଣୀ ଜଗତ ଜନନୀ ଜୟ

           ଜୟ ମାଆ ଚଣ୍ଡୀ l

ବିପଦେ ଆପଦେ ତୁହି ମାଆ ସାହା 

      ଜୟ ମା' ସିନ୍ଦୁରମୁଣ୍ଡି ll

ଜୟ ଜୟ ଖଡ୍ଗ ଖର୍ପର ଧାରିଣୀ ଜୟ

           ଦୁଷ୍ଟ ନିବାରିଣୀ l

କରୁଣାମୟୀ ଲୋ ଦୟାରେ ତୋହର

      ମୁର୍ଖ ହୁଏ ପରା ଜ୍ଞାନୀ ll

ସୁନ୍ଦର ବଦନୀ ମାଆ ସିଂହାସନୀ

   ମାଆଲୋ ଶୋକ ପଶୋରା l

ଜୟ ଜଗଦ୍ଧାତ୍ରୀ ମନ୍ଦାର ମାଳିନୀ

      ଦୁବ ଦାରୁ କରୁ ପରା ll

ଶଙ୍କରଘରଣୀ ସଙ୍କଟତାରିଣୀ ମାଆ

          ଲୋ ସର୍ଵ ମଙ୍ଗଳା l

ଉଠ ଉଠ ମାଆ ମଙ୍ଗଳମୟୀ ମା

ଏବେ ନିଶି ନାଶଗଲା ll

ପ୍ରଭାତେ ପ୍ରଣତି କରେ ହୀନ ମତି 

       ଜୟ ମାଆ କାକଟେଇ l

ଶରଣ ପଶିଲି ଚରଣେ ତୋହର ଦୟା

           କର ଦୟାମୟୀ ll

               


Rate this content
Log in

Similar oriya poem from Inspirational