STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମା' ଅଯୋଧ୍ୟାରାଣୀ

ଜୟ ମା' ଅଯୋଧ୍ୟାରାଣୀ

1 min
25


ଜୟ ଜୟ ଜୟ ଜୟ ଲୋ

 ମାତା ଅଯୋଧ୍ୟାରାଣୀ l

ଜୟ ମା' ବୈଦେହୀ ଵିଦେହ

   ପୁର ରାଜନନ୍ଦିନୀ ll

ଜୟ ମା' ଭୂମିଜା ପାର୍ଥିବୀ 

  ମାତା ଧରିତ୍ରୀ ସୂତା l

ରାଜର୍ଷି ଜନକ ପାଳିଲେ 

  କରି ତାଙ୍କ ଦୁହିତା ll

ପଣ କରିଥିଲେ, ମାଆଗୋ 

   ରଖି ଧନୁ ଗୋଟିଏ l

ମୋ ସୀତା ବରିବ ସେ ବୀର 

   ତାକୁ ଭାଙ୍ଗିବ ଯିଏ ll

କାଳେ ଭଗ୍ନ କଲେ ସେ ଧନୁ 

   ବୀର ରଘୁ ନନ୍ଦନ l

ଅଯୋଧ୍ୟା ପୁରୀକୁ ଚାଲିଲା 

  ଧୀରେ ରଘୁସ୍ୟନ୍ଦନ ll

କେତେ କାଳ ତପେ ଲଭିଲୁ 

   ମାଆ ଶ୍ରୀରାମ ପତି l

ଦେବର ତୋହର ଲକ୍ଷ୍ମଣ ବାବୁ 

    ବୀର ସୋମିତ୍ରୀ ll

ତିନି ଭଗ୍ନୀ, ତୋର, ଉର୍ମିଳା, 

   ଶ୍ରୁତକିର୍ତ୍ତୀ, ମାଣ୍ଡବୀ l

ଅଯୋଧ୍ୟା ପୂରୀକୁ ମଣ୍ଡିଲେ 

  ଯଥା କୂଳଅଟବୀ ll

ଘୋର ବନେ କଲୁ ନିବାସ 

  ହରିନେଲା ରାବଣ l

ବୈଶ୍ୱାନରେ ଦେଲୁ ପରୀକ୍ଷା

   କାନ୍ଦିଲେ ହନୁମାନ ll

ଲୋକ ଅପବାଦେ ତେଜିଲେ

   ପୁଣି ରଘୁ ନାୟକ l

ବାଲ୍ମିକୀ ଆଶ୍ରମେ ଜନ୍ମିଲେ 

  ତୋର ଦୁଇ ବାଳକ ll

କି କହିବି ! ପତିବ୍ରତା ଲୋ !

 ତୋର ଦୁଃଖ କାହାଣୀ l

ପତିବ୍ରତା ଧର୍ମେ ଫାଟିଲା ପୁଣି 

    ଦିନେ ମେଦିନୀ ll

ତୋ ପଦେ ନମଇ ମାତାଲୋ 

    ମାଆ ଭୂମି ତନୁଜା l

ସତୀ ରୂପେ ପତିବ୍ରତା ଲୋ 

   ପାଉଥିବୁ ମା' ପୂଜା ll

     


Rate this content
Log in

Similar oriya poem from Inspirational