STORYMIRROR

Pranati Mahapatra

Action Children

3  

Pranati Mahapatra

Action Children

ଜୟ ଜୟ ଜୟ ଜଗନ୍ନାଥ

ଜୟ ଜୟ ଜୟ ଜଗନ୍ନାଥ

1 min
241


ଜଗତର ନାଥ କାଳିଆସାଆନ୍ତ

ଭକ୍ତପ୍ରିୟ ଭଗବାନ,

ଦୀନବାନ୍ଧବ ସେ କଳାମାଧବ

ଉଡେ ପତିତପାବନ।

ସର୍ବକରଣ କାରଣ

ହେ ବିଶ୍ଵନିୟନ୍ତା ଜଗତକରତା

ଜୟ ଜୟ ନାରାୟଣ।


ବଡ଼ଦାଣ୍ଡ ତୁମ ବଡ଼ପଣ୍ଡା ତୁମ

ବଡ଼ଭୋଗଖିଆ ତୁମେ,

ବଡ଼ନେତ ବଡ଼ଆଖି ବଡ଼ଭକ୍ତ

ଫୁଲ ମାଳ ପିନ୍ଧ ତୁମେ,

ପବିତ୍ର ମୟ ଏ ଧାମେ

ବାଇଶି ପାହାଚ ଭକ୍ତ କୋଳାହଳେ

କାହିଁ ଦେଖୁନାହୁଁ ଆମେ।


ମେଘନାଦ ପାଚେରୀ ତୋଳାଇ ପ୍ରଭୁ

ଭାଇ ଭଗିନୀଙ୍କ ସହ,

ବସିଅଛ ବଡ଼ଦେଉଳରେ ପ୍ରଭୁ

ଲୀଳାକର ଲୀଳାମୟ,

ଭକତେ ଦର୍ଶନ ଦିଅ

ଅମୃତମୟ ଜଗନ୍ନାଥ ମୟ

ଜଗତକୁ ପାଳୁଥାଅ।

ଜୟ ଜଗନ୍ନାଥ ଜୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action