Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational

4  

Bharatabandhu Biswal

Romance Inspirational

ଜୟ ଜୀବନ

ଜୟ ଜୀବନ

1 min
244



ଦିନେ ନାହିଁ କାଳେ ନାହିଁ

ଆସିଗଲା ବୋଲି ଫଗୁଣ ପୂନେଇ

ମନ ହୁଏ ହାଇଁ ପାଇଁଁ ।


ରାଜ୍ୟ ଜୟ କରି ପିନ୍ଧିବୁ ମୁକୁଟ

ବୋଲାଇବୁ ଭଗବାନ

ଛାଡ଼ିଦେଇ ଯିବୁ ଗୋପପୁରେ ମୋତେ

ଏକାକୀ ମୁଁ ହୀନିମାନ

ଯୁଦ୍ଧ ହେଉ ଅବା ପ୍ରେମ ବା ପୀରତି

ତଫାତ୍ ମୁଁ ଜାଣିନାହିଁ ।

ମନ ହେବ ହ।ଇଁ ପାଇଁଁ ।


କାଳର ଗରଭେ ହୋଇଯିବ ଲୀନ

ଏ ମଣିଷ ମିଛ ମାୟା

ବୁଡ଼ି ଯିବ ଜଳେ ନଗରୀ ଦ୍ୱାରକା

ସିଂହାସନ ଛତ୍ରଛାୟା

ଅମୃତ ପ୍ରେମତ ସତ୍ୟ ଚିରନ୍ତନ

ଜରା ନାହିଁ ମୃତ୍ୟୁ ନାହିଁ ।

ମନ ହେବ ---


ମଳୟ ସୁବାସ ଫଗୁବୋଳା ଜହ୍ନ

ମିଳନ ମଧୁର ସ୍ମୃତି

ଗାଉଥିବା ଜୟ ଜୀବନ ପ୍ରେମର

ପୁଲକେ ପ୍ରଣୟେ ମାତି

ସୃଷ୍ଟିର ଓଁକାର ପ୍ରଣବ ପ୍ରକାଶ

ପରାଜୟ ପ୍ରେମେ ନାହିଁ ।

ମନ ହେବ ----


 


Rate this content
Log in

Similar oriya poem from Romance