Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance

3  

gouranga charan beura

Romance

RUPASEE

RUPASEE

1 min
14


ସେବତୀ କଢିରେ  ମଲ୍ଲୀ ପାଖୁଡାରେ

      ଉପମା ଜଗତ ଇନ୍ଦୁ,

ଚୋରା ମଳୟର   ପହିଲି ପରଶେ

      ରୂପଭରା କାଚକେନ୍ଦୁ ॥

ଗୋଧୂଳୀ ଦିଗନ୍ତେ  ପ୍ରଦୋଷର ଅନ୍ତେ

      ନିର୍ମଳ ନୀଳିମା ଭାନୁ,

ସନ୍ଧ୍ୟା ଓଢଣୀର   ଲାଜୁଆ ମାନସୀ

     ସଜ ବନଫୁଲ ଜାନୁ ॥

ସଂଜୁଆ ମଳୟେ   ସରସୀର ଜଳେ

     ଅଫୁଟା ସୁନ୍ଦରୀ କଇଁ,

ସରୋବରେ ସତେ   ଲାଜୁଆ କମଳ

     ପ୍ରେମରେ ଉଛୁଳା ନଈ ॥

କାନନ ଭୂଇଁର      ଉଟଜ ଅବଳା

     ବାସରେ ବଣ ମାଳତୀ,

ପାହାଡି କନ୍ୟାର  ଲାଜୁଆ ସ୍ରୋତରେ

     ସଶିଖା ବିହୀନ ବତୀ ॥

ମାନସ ଦର୍ପଣେ   ବିରହର କୋଣେ

     ମନକୋଣ ନବ ବଧୂ,

ଗୋଲାପ ବାଟିକା  ରୂପସୀ ରାଧିକା

     ରୂପ ତୁଳୀକାର ମଧୁ ॥

ସରମ ରାଇଜ    ଲାଜକୁଳି ଜେମା

     ଲାଜୁଆ ଓଢଣୀ ତଳେ,

ଲାଜେଇ ଲାଜେଇ କବାଟ ଫାଂକରେ

     ଲାଜ ଇନ୍ଦୁ ତୁମ ଢଳେ ॥

ସପତ ରଂଗରେ ଫଗୁ ବୋଳି ଅଂଗେ

     ସାଜିଅଛ ଫଗୁବାଳା,

କଳା ବଉଦର   କାଳିମା ଢେଉରେ

      ସାଜିଛ ଦିବ୍ୟ ଚପଳା ॥

କାଉଁରୀ ବଦନେ   ବାସର ରଜନୀ

      ତନୁରେ ଦେଇଛ ବାଢି,

ପ୍ରୀତି ପଲଂକରେ  ଗୋଲାପ ବିଛାଇ

      ବୁହାଇଛ ପ୍ରେମ ବଢି ॥



Rate this content
Log in

Similar oriya poem from Romance