STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଭିଜୁଭିଜୁ ଦେଖା ହେଲା

ଭିଜୁଭିଜୁ ଦେଖା ହେଲା

1 min
129


ତୁମେ ଭିଜିଥିଲ ମୁଁ ଭିଜିଥିଲି

ଭିଜୁଭିଜୁ ଦେଖା ହେଲା

ବରଷାରେ ଆମ ମନ ଦିଆନିଆ

ବରଷାରେ ଭିଜିଗଲା...


ଅଜଣା ସହରେ ଅଦିନିଆ ମେଘ

ଅଚିହ୍ନା ଅଚିହ୍ନା ମୁହଁ

ଚିହ୍ନା ନଥାଇବି କଥା ହେଲେ ଆମେ

ଖୋଜି ଖୋଜି ପରିଚୟ

ସମୟ ଅଳ୍ପକୁ ଅଳ୍ପ ଅଳ୍ପ ଗଳ୍ପ

ପୋଥିଟିଏ ହୋଇଗଲା 



ବର୍ଷା ଛାଡିଗଲା ଫେରିବାର ବେଳ

ଭଷାମେଘ ହସୁଥିଲା

ଅଳ୍ପ ସମୟର ଦେଖାଚାହାଁ ଆମ

ସ୍ବପ୍ନ ହୋଇ ବାସୁଥିଲା

ଲେଖି ରଖିଥିଲି ଠିକଣା ତୁମର

ପାଣିରେ ମିଳେଇ ଗଲା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance