STORYMIRROR

Lopamudra Parida

Romance

3  

Lopamudra Parida

Romance

ନୀଳ ଚିଠି

ନୀଳ ଚିଠି

1 min
53

ରାଧାତମାଳ ପତ୍ର ରେ 

ପତ୍ର ଲେଖି ବସିଛି ତୁମ ନାମେ, 

ଚନ୍ଦ୍ରିକାକୁ କରି କଲମ ......

ମୁଁ ସ୍ରଷ୍ଟା, ମୁଁ ସୃଷ୍ଟି 

ଗଗନ,ତପନ,ସମୀର, ସଲିଳ,

 ଅନଳ, ଅନୀଳ,ସାଗର,ସରିତ, ସ୍ବପ୍ନ, 

ମେଘ,ମଲ୍ହାର 

ଆଲୋକ,ଜ୍ଯୋତି, ଦୀପ ଓ ଦ୍ଯୁତି 

ସବୁ ପ୍ରତିବମ୍ବ ମୋର

ଅହଂ ର ଜଳ ବୁଦ୍ ବୁଦ୍ ଫୋଟକାରେ ପ୍ରତିବିମ୍ବିତ ମୁଁ 

ଉଭେଇଗଲେ ଭ୍ରମ, ଫାଟିଗଲେ ବୁଦ୍ ବୁଦ୍ 

ମୁଁ ସ୍ରଷ୍ଟା, ମୁଁ ସୃଷ୍ଟି ।।


ଆଉ ତୁମେ ..............

ମନ୍ଥର ପଦପାତରେ କୁଞବନରେ 

ଛପି ଛପି ଆଖି ବୁଜି ଦିଅ ,ଖେଳ ଲୁଚକାଳି 

ତୁମ ନୂପୂର ଥି ...ରେ କି କହିଦିଏ କାନେ 

ଅଳତା ବୋଳା ହାତର ମହମହ ବାସ୍ନା 

ଅଧରର ଅମୃତ ଆଉ ତୁମ ତପସ୍ବିନୀ ଚାହାଣୀ 

ଘନନୀଳ ମେଘମାଳାରେ ଫିକ୍ କରି ଝଟକୁ ଥିବା ତୁମ ହସ 

ମୋ ବନହରିଣୀ 

ମୁଁ ମୃଗ, ତୁମେ ମୋ କସ୍ତୁରୀ ।।

ନୀଳ ଦୂର୍ବାଦଳ ମଧ୍ୟେ ଚୂର୍ଣ୍ଣ କୁନ୍ତଳରୁ ଖସି ପଡେ

ଚିଠିଟେ ମୋ ନାମେ, ତୁମ ହାତଲେଖା 

ଯେଉଁଥିରେ ଲେଖା ଥାଏ " ହେ ଶଖା !"

ପ୍ରାଣରେ ଭରିଦିଏ ସ୍ପନ୍ଦନ 

ନୀଳ ମୁକୁଳ ସମ ତୁମ ନୟନ ।।

ଜହ୍ନକୁ ଭିଜେଇ, ଫୁଲଠୁ ଲାଜେଇ 

ଗୋ ଅଭିମାନିନୀ 

ମୋ ରାଧା ।।


ତୁମ ଚିଠିରୁ ପଦେ ..........


"ସ୍ମୃତି କୁସୁମର ପ୍ରତି ପାଖୁଡା ରେ ତୁମ ବଂଶୀ ର ସ୍ବର

ପଲକ ର ପ୍ରତି ସ୍ବପ୍ନ ରେ ତୁମ ରୂପ

ସମୀର ର ପ୍ରତି ସ୍ପର୍ଶ ରେ ତୁମ ଅନୁଭୂତି

ସୁନେଲୀ କିରଣ ରେ ବିଛ୍ଛୁରିତ ତୁମେ,

ମୋ ସ୍ପନ୍ଦନ ।।

ତୁମ ହସ ରେ ମନ ର ମହକ

ହେ ସଖା ! ...ତୁମେ ଶ୍ଯାମ

ଦୁର୍ବାଦଳ ମେଘ ଶ୍ଯାମଳ

ମାଳତୀ ଲତା ର ପ୍ରତି ଟି ଶାଖା ରେ

ପ୍ରସ୍ପୁଟିତ କଳି ତୁମେ |

ସଭିଏଁ କୁହନ୍ତି ଶ୍ଯାମ ମୋର,ଶ୍ଯାମ ମୋର 

କିନ୍ତୁ ଜାଣେ ଏ ରାଇ ଏକା ଶ୍ଯାମ ର, ଶ୍ଯାମ ର 

ସେଥିପାଇଁ ତ ଏତେ ଅଭିମାନୀ ତୁମ ରାଧା

ହେ ଶଖା !


ଇତି

ତୁମ ଶ୍ରୀ ରାଧା ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance