Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others

4.5  

Gyanendriya Dash

Inspirational Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
294



ଆମ ଆଗରେ ଜଗନ୍ନାଥ,

ଆମ ପଛରେ ଜଗନ୍ନାଥ ।

ଆମ ନୌକାର ସେ କାତ,

ଆମ ମୁଣ୍ଡରେ ତାଙ୍କ ହାତ ।

କରୁଥିବାଟି ସେବାକାର୍ଯ୍ୟ,

ଅଛି ସାହସ ଅଛି ଧୈର୍ଯ୍ୟ ।

ଆମେ ପରୋପକାରୀ ସର୍ବେ,

ମୁଣ୍ଡ ଟେକି ଚାଲିବା ଗର୍ବେ ।

ଖଳ ପ୍ରକୃତି ଲୋକମାନେ,

ଦୂରେଇ ଯିବେ ଅପମାନେ ।

ଆମ ଅନୁଷ୍ଠାନଟି ସ୍ୱଚ୍ଛ,

ଆମ କାମ ବି ଅଟେ ସ୍ୱଚ୍ଛ ।

ପର ଉପକାରର ନିଶା,

ଅହଂକାରୀ ପାଇଁ ନିରାଶା ।

ଯିଏ ଯାହା ଭାବୁଛି ଭାବୁ,

ଅସଫଳରେ ହେବ କାବୁ ।

ଆମର ସେବା ଅନୁଷ୍ଠାନ,

ସେବାରେ ଦେଉଥିବା ଧ୍ୟାନ ।

ସଙ୍ଗତେ ଆମ ଜଗନ୍ନାଥ,

ପରିଷ୍କାରଟି ଆମ ପଥ ।

ବିରୋଧୀ ଖଳ କର୍ମ କରି,

ବଞ୍ଚଇ ସଦା ମରି ମରି ।

ମହତ କର୍ମେ ଆଗେଇବା,

ଏକତା ବନ୍ଧନରେ ଥିବା ।

ସୁକର୍ମେ ଡର ଭୟ ନାହିଁ,

ସାଥିରେ ଥା'ନ୍ତି ଭାବଗ୍ରାହୀ ।

ସମାଜେ କୁକର୍ମୀ ଅଧର୍ମୀ,

ନାଶ କରନ୍ତି ଅନ୍ତର୍ଯ୍ୟାମୀ ।

ସର୍ବଦା ଜୟ ଜୟକାର,

ପାଉଛି ଆମ ପରିବାର ।

        


Rate this content
Log in

Similar oriya poem from Inspirational