ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
ଜୟ ଜଗଦୀଶ ହରେ
============
ବଡ଼ଦାଣ୍ଡେ ଗଡ଼େ ତଵ କପିଧ୍ଵଜ ରଥ l
ଜଗତକରତା ଆହେ ପ୍ରଭୁ ଜଗନ୍ନାଥ ll
ଭକତବତ୍ସଳ ଲୀଳା ଏ ଅଟେ ତୁମ୍ଭର l
କପିଧ୍ଵଜେ କପିଧ୍ଵଜ ଉଡ଼େ ଫରଫର ll
ସଙ୍ଗତେ ସୁଭଦ୍ରାଭଗ୍ନୀ ଭାଇ ହଳଧର l
ଭକ୍ତ ମନଜାଣି ପ୍ରଭୁ ପ୍ରାସାଦୁ ବାହାର ll
ଭକତସହିତ ଖେଳ ଭକ୍ତସଙ୍ଗେ ମେଳ l
ଦୀନବନ୍ଧୁ, ଦଇତାରୀ, ଭକତ ବତ୍ସଳ ll
ମନେ ପଡ଼ିଗଲା ମାତା ଗୁଣ୍ଡିଚାର କଥା l
ମାଉସୀମାଆର ଅବା ସୁଆଦିଆ ପିଠା ll
ସେଥି ପାଇଁ ଏହି ତବ ଯାତ୍ରାର ଭିଆଣ l
ଦାଣ୍ଡକୁ ବାହାରି କଲ ଯାତ୍ରା ନବ ଦିନ ll
ବାହୁଡ଼ି ଆସିଲ ପ୍ରଭୁ ସିଂହଦ୍ଵାରେ ଉଭା l
ତିନିରଥେ ତିନି ଦିଅଁ ବଡ଼ ମନଲୋଭା ll
ଚର୍ମ ଚକ୍ଷୁ ପବିତ୍ର ମୋ ତବ ଦର୍ଶନରେ l
ଜୟ କୃପାସିନ୍ଧୁ ଜୟ ଜଗଦୀଶ ହରେ ll
ପୂରୁବ ଦିଗରେ ଉଦେ ଦେବ ଦିବାକର l
ମହାପ୍ରଭୁ ଘେନିବେ ପ୍ରଭାତ ନମସ୍କାର ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
