STORYMIRROR

ARUN MAHAPATRA

Inspirational Children

3  

ARUN MAHAPATRA

Inspirational Children

ଜୟ ବିଜ୍ଞାନ

ଜୟ ବିଜ୍ଞାନ

1 min
249

ବିଜ୍ଞାନ ଅଟେ ଅତି ମହାନ

ସରଳ କରେ ଜୀବନ

ଗରବେ ପରା କହନ୍ତି ସର୍ବେ

ବିଜ୍ଞାନ ତୁମେ ମହାନ।


ଜୟ ବିଜ୍ଞାନ ଦାନ ତୁମରି

ଉଦ୍ଦେଶ୍ୟ ଅତି ଉତ୍ତମ

ରକେଟ ଚାଲେ ଜାହାଜ ଚାଲେ

ବୁଡଇ ଗଭୀରତମ।


ତୁମରି ଦାନେ ବଢ଼ିଛି କୃଷି

ଛୁଟିଛି ଦୁଗ୍ଧର ଧାର

ବିଜ୍ଞାନର କରାମତିରେ

ଆଜି ସର୍ବେ ଅଗ୍ରସର।


ଚିକିତ୍ସା କ୍ଷେତ୍ରେ କହିବା କେତେ

ଲମ୍ବା ଅଟେ ତାଲିକା

ମୃତ ପ୍ରାୟ ଲୋକଟି ହସେ

ପାଆନ୍ତି ଦେଖି ଝଟକା।


ସବୁ କାମକୁ କରୁଛୁ ଆମେ

ନିଜ କୋଠରୀ କୋଣୁ

ରୋଗବ୍ୟାଧିର ନିରୂପଣ ରେ

ଖୋଜୁ ଅଣୁ ପରମାଣୁ।


ଜୟ ବିଜ୍ଞାନ ତୁମ ଗୁଣ ଗାନ

ଯେତେ କଲେ ସେତେ କମ୍

ବଢ଼ିଛୁ ଆମେ ବଢ଼ିବୁ ଆଗେ

ଲଗାଇ ତୁମରି ଦମ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational