STORYMIRROR

Kalandi pal

Inspirational Children

3  

Kalandi pal

Inspirational Children

ଜୟ ଭାରତ ମାତା

ଜୟ ଭାରତ ମାତା

1 min
188


ଜୟ ଭାରତ ଜୟ ଭାରତ

       ଜୟ ଭାରତ ମାତା

ସ୍ୱାଧୀନ ଆମେରେ ମୁକ୍ତ କଣ୍ଠରେ

      ଗାଉ ମାତୃଭୂମି ଗାଥା l0l


ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

    କାଶ୍ମୀରରୁ କୁମାରୀକା

କେତେ ବିଲ ବଣ ପାହାଡ଼ ଘେରିଛି

    ସାଇତିଛି ହୃଦେ ଏକା

ବୀର ପ୍ରସବିନି ପୁଣ୍ୟ ନିର୍ଝରିଣୀ

     ତୁହି ମା ସର୍ବେ ବନ୍ଦିତା l1l


ବେଈମାନ ସେଇ ଇଂରେଜ କମ୍ପାନୀ

    କରିଥିଲେ କବଳିତ

ଗାନ୍ଧୀ ଗୋପବନ୍ଧୁ ସୁବାସ ବୋଷ ଆଗେ

    ଶେଷେ କଲେ ମଥାନତ

ଉଣେଇଶ ଶତଚାଳିଶ ମସିହା

     ମିଳିଥିଲା ସ୍ୱାଧୀନତା l2l


ଆମ୍ବେଦକର ଆଗ ଗଢ଼ିଥିଲେ ଆମ

     ସମ୍ବିଧାନ ମୁଖବନ୍ଧ

ନୂଆ ନିୟମରେ ଏ ଦେଶ ଚାଲିଲା

     ବୁଡ଼ିଲା ବିଦେଶୀ ଫାନ୍ଦ

ଆମେ ଗଢୁଅଛୁ ଆମ ସରକାର

    ଆମେତ ଶାସନ କର୍ତ୍ତା l3l


ଉଡୁଛୁ ଆମେରେ ଆକାଶରେ ଆଜି

    ବୁଡୁଛୁ ସାଗର ଜଳେ

ସୈନିକ ହୋଇ ଜଗୁଛୁ ଆମେରେ

    ସୀମାନ୍ତର ଅନ୍ତରାଳେ

ସମ୍ମାନ ମୋହର ମୁହିଁ ଭାରତର

    ଭାରତ ମୋହର ମାତା l4l


Rate this content
Log in

Similar oriya poem from Inspirational