STORYMIRROR

Tapan Dixit

Inspirational Abstract Others

2  

Tapan Dixit

Inspirational Abstract Others

ଜୟ ...ଅଲେଖ ନିରଞ୍ଜନ

ଜୟ ...ଅଲେଖ ନିରଞ୍ଜନ

1 min
13.1K


ବିସ୍ତାରଇ ପାପ କାୟାକୁ ତାହାର

ଲୁଚି କାଳ ରାତି ଦେହେ 

ନିସ୍ତାରଇ ନାହିଁ କାହାକୁ ସେକେବେ 

କବଳଇ ମାୟା ମୋହେ।।

ବ୍ରାହ୍ମେ କରୁଥିବୁ ବ୍ରହ୍ମର ସାଧନା

ଅଜପା ଜପରେ ଜପ

ସୂର୍ଯ୍ୟ ବୁଡ଼ିଗଲେ ଆହାର ତେଜିବୁ

ମନେ ଲାଗିବନି ପାପ ।।

ସନ୍ଥ ଭୀମଭାଇ ଯାଇ ଅଛି କହି

ବେଳହୁଁ ସୁମର ବ୍ରହ୍ମକୁ

ଅଲେଖ ଅଲେଖେ ହେଜି ହେଜ ଥରେ

କହେ 'ବେଳା'ପର କାଳକୁ ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

(ମହିମା ଧର୍ମ (ପୂରା ନାମ "ସତ୍ୟ ମହିମା ଅଲେଖ ଧର୍ମ") ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏକ ଅଦ୍ଵୈତ ସାମାଜିକ-ଧର୍ମଧାରା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational