STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଆଖଣ୍ଡଳମଣି ହେ

ଜୟ ଆଖଣ୍ଡଳମଣି ହେ

1 min
381

ଜୟ ଆଖଣ୍ଡଳମଣି ହେ ଜୟ ଆରଡ଼ିଶ୍ଵର

କଳି ଯୁଗେ ବଡ଼ ବଇଦ ସର୍ବ ଦୂଷଣ ହର l


ପୁଣ୍ୟ ବୈତରଣୀ କୂଳରେ ତୁମ୍ଭ ଦିବ୍ୟମନ୍ଦିର

ପାର୍ବତୀବଲ୍ଲଭ ପ୍ରଭୁ ହେ ସତ୍ୟ,ଶିବ,ସୁନ୍ଦର l


ଅମୃତ ପରାୟେ ତୁମ୍ଭର ସେହି ଦିବ୍ୟ ଘର୍ଷଣ

ଟାକି ରହିଥାନ୍ତି ଦେବତା ବ୍ରହ୍ମା ଶ୍ରୀନାରାୟଣ l


ଆରଡ଼ି ଗ୍ରାମରେ ନଥାଏ ତୁମ୍ଭ ନାମେ ଗାରଡ଼ି

ଧାରଣା ପଡ଼ନ୍ତି ଦୁଖିଏ ବେନି କରକୁ ଯୋଡ଼ି l


ତୁମ୍ଭ ଧଣ୍ଡା ସର୍ବ ଔଷଧି ହରେ ସକଳ ବ୍ୟାଧି

ତୁମ୍ଭ ନାମାବଳି ଶଙ୍କର ଅଟେ ଅମୁଲ୍ୟ ନିଧି l


ପଞ୍ଚାକ୍ଷର ତୁମ୍ଭ ମନ୍ତର ଆହେ ପଞ୍ଚ ଆନନ

ହଳାହଳ ପାନେ ରଖିଲ ଚରାଚର ଭୁବନ l


ବୃଷଭ ବାହନ ଛୁଇଁଲେ ତୁମ୍ଭ ନନ୍ଦୀ କୁକ୍କୁଦ

ହରହର ମହାଦେବ ହେ ହରେ ସର୍ବବିଷାଦ l


ପଙ୍ଗୁ ଲଭି ଥାଇ ଚରଣ ଅନ୍ଧ ଲଭେ ନୟନ

ତୁମ୍ଭ ଦୟାବଳେ ଅପୁତ୍ରୀ ଲଭେ କୁଳନନ୍ଦନ l


ଉମାକାନ୍ତ ପ୍ରଭୁ ଓଁକାରେ ହୁଏ ତୁମ୍ଭରି ପୂଜା

ପର୍ଣ୍ଣ ନ ଭକ୍ଷିଣ ଅପର୍ଣ୍ଣାହେଲେ ତୁମ୍ଭ ଭାରିଯା l


ଦୁଖୀ ଦୁଃଖ ଖଣ୍ଡିବାକୁ ହେ ପ୍ରଭୁ କୈଳାଶପତି

କଇଳାଶ ତେଜି ଉତ୍କଳେ ଆସି କଲ ବସତି l


ଜୟ ଆଶୁତୋଷ ପ୍ରଭୁ ହେ ଜୟ ଅହି ଭୂଷଣ

ଦୟା କର ଦିଗମ୍ବର ହେ ଭଜେ ମୁଢ଼ ଅଜ୍ଞାନ l

                


Rate this content
Log in

Similar oriya poem from Inspirational